Latest Odisha News

ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ

ମୁମ୍ବାଇ: ଖୁବ୍‌ ଶୀଘ୍ର ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ହଲିଉଡର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ୱିଲିୟମ୍ ମୋରିସ୍ ଏଜେନ୍ସି (ଡବ୍ଲୁଏମ୍ଇ) ନାମକ ଏକ ଆନ୍ତର୍ଜାତୀୟ ପ୍ରତିଭା ପରିଚାଳନା ଏଜେନ୍ସି ସହିତ ଏକ ଚୁକ୍ତି କରିଛନ୍ତି।

୧୮୯୮ ମସିହାରେ ଗଠିତ, ୱିଲିୟମ୍ ମୋରିସ୍ ଏଜେନ୍ସି ହେଉଛି ଦୀର୍ଘତମ ଗତିଶୀଳ ଟାଲେଣ୍ଟ ଏଜେନ୍ସି। ଯାହା କ୍ରୀଡା, ଇଭେଣ୍ଟ, ମିଡିଆ ଏବଂ ଫ୍ୟାଶନ୍ ପରିଚାଳନା କରେ। ଏହା ଅଭିନେତା ଫ୍ରେଇଡୋ ପିଣ୍ଟୋଙ୍କୁ ମଧ୍ୟ ପରିଚାଳନା କରିଥିଲା ଏବଂ ୨୦୧୯ରେ ଏହାକୁ ବିଲବୋର୍ଡ ଲାଇଭ ମ୍ୟୁଜିକ୍ ପୁରସ୍କାରରେ ଏଜେନ୍ସି ଅଫ୍ ଦି ଇୟର ଭାବରେ ନାମିତ କରାଯାଇଥିଲା।

Comments are closed.