Latest Odisha News

ରେଳ ଫାଟକରେ ଭିଡ

କଟକ : ରେଳ ଫାଟକରେ ନାହିଁ ନଥିବା ଭିଡ । କଟକ ପାରାଦୀପକୁ ଟ୍ରେନ୍ ଚଳାଚଳ କରୁଥିବା ବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଲୋକମାନଙ୍କୁ। କଟକ ଗୋଶାଳା ରେଳଫାଟକର ଦୃଶ୍ୟ । ନୂଆବଜାର ଛକରୁ ଗୋଶାଳା ଓ ନୂଆପଡା,ଖପୁରିଆ ଦେଇ ଜାତୀୟ ରାଜପଥର ପ୍ରେସ୍ ଛକକୁ ସଂଯୋଗ କରୁଥିବା ରାସ୍ତା । ବ୍ୟସ୍ତବହୁଳ ରାସ୍ତା ଥିବାରୁ ବହୁ ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ହେଲେ ଆଜକୁ ୩ ବର୍ଷ ହେବ ରେଳ ଓଭରବ୍ରିଜ୍ ଆରମ୍ଭ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇନାହିଁ। ଯାହା ଦ୍ୱାରା କି ଲୋକମାନେ ରେଳଫାଟକରେ ଦୀର୍ଘ ସମୟ ଧରି ଛିଡା ହେବାକୁ ପଡୁଛି।

ବର୍ତ୍ତମାନ ଓଭରବ୍ରିଜ୍ର କାମ କିଛି ମାତ୍ରାରେ ଆଗେଇଛି । ଲକ୍ ଡାଉନ୍ ଥିବା ଯୋଗୁଁ କାର୍ଯ୍ୟରେ ବିଳମ୍ବ ହେଉଥିଲା। ତେବେ ମୋଟ୍ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଏହି ପ୍ରକଳ୍ପ ଆସନ୍ତା ୬ ରୁ ୭ ମାସ ମଧ୍ୟରେ ଶେଷ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗ  ।

Comments are closed.