ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ପୋଲିସ ବିରୋଧରେ ନୁହେଁ । ପୋଲିସ ସପକ୍ଷରେ ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ମାଲକାନଗିରି ଏସପିଙ୍କ ବଦଳିକୁ ବିରୋଧ କରି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ ମାଲକାନଗିରି ଏସପି ଋିଷିକେଶ ଖିଲାରୀଙ୍କୁ ମୟୂରଭଞ୍ଜ ବଦଳି ପାଇଁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଯାହାକୁ ଅଞ୍ଚଳବାସୀ ବିରୋଧ କରିବା ସହ ଏସପିଙ୍କ ସପକ୍ଷରେ ଆଗକୁ ଆସିଛନ୍ତି ।

ମାଲକାନଗିରି ଏସପି ରିଷିକେଶ ଖିଲାରୀଙ୍କୁ ମୟୁରଭଞ୍ଜ ବଦଳି କରିବା ଖବର ଶୁଣିବା ପରେ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଗ୍ରାମବାସୀ ଏହାକୁ ବିରୋଧ କରି ଏହି ପ୍ରଜାମେଳି କରିଥିବା ଜଣାପଡ଼ିଛି । ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଲୋକଙ୍କ ସହ ମିଶି ଏସପି କାମ କରିବା ସହ ବିଏସଏଫ କ୍ୟାମ୍ପ ସ୍ଥାପନ କରି ଉନ୍ନୟନ କାମକୁ ଆଗକୁ ବଢ଼ାଇ ନେଇଥିଲେ ।

ସ୍ୱାଭିମାନ ଅଞ୍ଚଳବାସୀଙ୍କ ସୁରକ୍ଷା ସହ ଉନ୍ନୟନମୂଳ କାମରେ ଏସପି ସର୍ବଦା କାର୍ଯ୍ୟରତ ଥିଲେ ବୋଲି ଲୋକ କହିଛନ୍ତି । ତାଙ୍କ ବଦଳିକୁ ସ୍ଥଗିତ କରିବା ପାଇଁ ଦାବି କରିଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ବହୁ ସଂଖ୍ୟାରେ ପୁରୁଷ, ମହିଳା, ବୟସ୍କ ବ୍ୟକ୍ତି ଓ ଛୋଟ ପିଲା ଏକାଠି ବଦଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।
BREAKING NEWS
- ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ଚାରି ଯୁବକ; ଚାକିରି ନାଁରେ ସେନାରେ ଜବରଦସ୍ତି ଭର୍ତ୍ତି କରାଇଦେବା ଅଭିଯୋଗ
- ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଏହି ୬କାରଣ ହାର୍ଟ ପାାଇଁ ବିପଦ
- J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
- ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର
- Modi Cabinet: ମୋଦୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ
- Koffee With Karan: ସିଜିନ୍-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ
- Chambal to UPSC: ଜେଜେ ଚମ୍ବଲର ଡକାୟତ! ନାତି ବାଛିଲେ ଅଲଗା ରାସ୍ତା; UPSCରେ ସଫଳ ହୋଇ ଏବେ ସିଭିଲ ସର୍ଭିସରେ
- ‘Save Democracy’: ବଡ ଘୋଷଣା କଲା ଇଣ୍ଡି ମେଣ୍ଟ, ଜିଲ୍ଲା ଜିଲ୍ଲାରେ ‘ଲୋକତନ୍ତ୍ର ବଞ୍ଜାଅ’ ଆନ୍ଦୋଳନ, ୬ରେ EC ଅଫିସ୍ ଘେରିବେ ବିରୋଧୀ ସାଂସଦ
- ଦିଲ୍ଲୀ ଦଙ୍ଗା ସମ୍ବନ୍ଧୀୟ UAPA ମାମଲା, ଉମର ଓ ସର୍ଜିଲଙ୍କୁ ମିଳିଲାନି ବେଲ୍

Comments are closed.