ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ପୋଲିସ ବିରୋଧରେ ନୁହେଁ । ପୋଲିସ ସପକ୍ଷରେ ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ମାଲକାନଗିରି ଏସପିଙ୍କ ବଦଳିକୁ ବିରୋଧ କରି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ ମାଲକାନଗିରି ଏସପି ଋିଷିକେଶ ଖିଲାରୀଙ୍କୁ ମୟୂରଭଞ୍ଜ ବଦଳି ପାଇଁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଯାହାକୁ ଅଞ୍ଚଳବାସୀ ବିରୋଧ କରିବା ସହ ଏସପିଙ୍କ ସପକ୍ଷରେ ଆଗକୁ ଆସିଛନ୍ତି ।
ମାଲକାନଗିରି ଏସପି ରିଷିକେଶ ଖିଲାରୀଙ୍କୁ ମୟୁରଭଞ୍ଜ ବଦଳି କରିବା ଖବର ଶୁଣିବା ପରେ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଗ୍ରାମବାସୀ ଏହାକୁ ବିରୋଧ କରି ଏହି ପ୍ରଜାମେଳି କରିଥିବା ଜଣାପଡ଼ିଛି । ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଲୋକଙ୍କ ସହ ମିଶି ଏସପି କାମ କରିବା ସହ ବିଏସଏଫ କ୍ୟାମ୍ପ ସ୍ଥାପନ କରି ଉନ୍ନୟନ କାମକୁ ଆଗକୁ ବଢ଼ାଇ ନେଇଥିଲେ ।
ସ୍ୱାଭିମାନ ଅଞ୍ଚଳବାସୀଙ୍କ ସୁରକ୍ଷା ସହ ଉନ୍ନୟନମୂଳ କାମରେ ଏସପି ସର୍ବଦା କାର୍ଯ୍ୟରତ ଥିଲେ ବୋଲି ଲୋକ କହିଛନ୍ତି । ତାଙ୍କ ବଦଳିକୁ ସ୍ଥଗିତ କରିବା ପାଇଁ ଦାବି କରିଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ବହୁ ସଂଖ୍ୟାରେ ପୁରୁଷ, ମହିଳା, ବୟସ୍କ ବ୍ୟକ୍ତି ଓ ଛୋଟ ପିଲା ଏକାଠି ବଦଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।
BREAKING NEWS
- କେନ୍ଦୁଝରରେ ହେବିୱେଟଙ୍କ କଡ଼ା ଟକ୍କର: ରାଜନାଥ, ନବୀନଙ୍କ ଗସ୍ତକୁ ନେଇ ରାଜନୀତି ଚଳଚଞ୍ଚଳ
- ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ ‘ନୃତ୍ୟମ୍ବଦା’ ଉଦଯାପିତ
- ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୩)
- କବିତା ନିରନ୍ତର : ଭୁଲ୍, ଠିକ୍ ଭେଦ
- ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ
- କବିତା : ସକାଳ ଆସେ ବୋଲି
- ବିଜେଡି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ
- ଖରାଦିନେ ଖାଆନ୍ତୁ ଦହି, ମିଳିବ ଏହିସବୁ ଫାଇଦା
- ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ
- ୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ