Latest Odisha News

BREAKING NEWS

ଖରିଫ ଧାନ ସଂଗ୍ରହ ପାଇଁ ୧୫ ତାରିଖରୁ ଅନଲାଇନରେ ପଞ୍ଜିକରଣ

ଭୁବନେଶ୍ୱର: ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ଅନଲାଇନରେ ଚାଷୀଙ୍କର ନାମ ପଞ୍ଜିକରଣ ଆରମ୍ଭ ହେବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ଜୁଲାଇ ୧୫ରୁ ପଞ୍ଜିକରଣ ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ଯାଏ ଚାଲିବ । ଖରିଫ ଧାନ ବିକ୍ରି ପାଇଁ ଇଚ୍ଛୁକ ଚାଷୀ ଏଥିପାଇଁ ନିର୍ଦ୍ଧାରିତ ସମୟ ଭିତରେ ନାମ ପଞ୍ଜିକରଣ କରିବେ ।

ପୂର୍ବ ପଞ୍ଜିକରଣ ନବୀକରଣ ହେବ ନାହିଁ । ପଞ୍ଜିକରଣ ବେଳେ ଚାଷୀ ଜମିଜମା, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ, ମୋବାଇଲ୍ ନମ୍ବର ଆଦି ତଥ୍ୟ ଦେବେ । ଚାଷୀମାନେ କିଭଳି ସୁବିଧାରେ ଫର୍ମ ପୂରଣ କରିପାରିବେ ସେଥିପାଇଁ ସବୁ ସୋସାଇଟିରେ ଏକ ହେଲ୍ପ ଡେସ୍କ ରହିବ । କୌଣସି ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଶୁଣାଣି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

୩୦ଟି ଯାକ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜିକରଣ କରାଯିବ । ଅଧିସ୍ୱୀକୃତ ପ୍ୟାକ୍ସ କିମ୍ବା ଲ୍ୟାମ୍ପସ୍, ମହିଳା ସ୍ୱୟଂ ସକାୟିକା ଗୋଷ୍ଠୀ, ପାଣି ପଞ୍ଚାୟତରେ ନିଜ ନିଜ ଅଞ୍ଚଳ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ କରାଯିବ । ସୋସାଇଟିରେ ଧାନ ବିକ୍ରି ପାଇଁ ପୂର୍ବରୁ ନାମ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.