ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଇଶା ଦେଓଲ ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏକ ଦୁଆ’ର ନିର୍ମାତା ହେବା ସହିତ ସେଥିରେ ପ୍ରମୁଖ ଭୂମିକାରେ ମଧ୍ୟ ନଜର ଆସିବେ। ‘ଏକ ଦୁଆ’ ଭୋଟ ସିଲେକ୍ଟରେ ରିଲିଜ୍ ହେବ। ଏହାର ନିର୍ଦ୍ଦେଶନା ଦେବେ ରାମକମଲ ମୁଖାର୍ଜୀ।
ଏ ନେଇ ଇଶା ଆଜି ସୋସିଆଲ୍ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ଭାରତ ଇଶା ଫିଲ୍ମସର ବ୍ୟାନରରେ ‘ଏକ ଦୁଆ’ ଭାବରେ ଆମର ପ୍ରଥମ ଚଳଚ୍ଚିତ୍ର ଲଞ୍ଚ କରୁଛୁ।
Comments are closed.