Latest Odisha News

BREAKING NEWS

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : କରୋନା ସଙ୍କଟ ନେଇ ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀ । କିଛି ରାଜ୍ୟରେ ସଂକ୍ରମଣ ହାର ଅଧିକ ଥିବାରୁ ଏହା ଚିନ୍ତା ବଢାଇଛି । ଏହି ୬ଟି ରାଜ୍ୟରୁ ଦେଶର ପାଖାପାଖି ୮୦ ପ୍ରତିଶତ ସଂକ୍ରମଣ ମାମଲା ରହିଥିବା କହିଛନ୍ତି ମୋଦି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା କରଣ ଉପରେ ନିଜର ମତ ରଖିଛନ୍ତି । ଓଡ଼ିଶାରେ ସଠିକ୍ ଭାବେ ଟିକା କରଣ ହେଉଥିବା କହିଛନ୍ତି । ଓଡ଼ିଶାରେ ଘରୋଇ ଡାକ୍ତରଖାନା କମ୍ ଥିବା ବେଳେ କେନ୍ଦ୍ର ସରକାରଙ୍କ ସହିତ ହୋଇଥିବା ଯୋଗଯୋଗକୁ ଦୋହରାଇଛନ୍ତି । ତେବେ ଆବଣ୍ଟନକୁ ୯୫ ପ୍ରତିଶତ ବୃଦ୍ଧି କରିବାକୁ ଚିଠି କରାଯାିଛି । ସେହିଭଳି ତୃତୀୟ ଲହରରୁ ପିଲା ମାନଙ୍କୁ ବଞ୍ଚାଇବା ସହ ୧୨ରୁ ୧୮ବର୍ଷ ପିଲାମାନଙ୍କ ପାଇଁ ଟିକାକୁ ପ୍ରାତମିକତା ଦିଆଯାଉଛି ।

ତୃତୀୟ ଲହର ମୁକାବିଲା ପାଇଁ ୪ଟି ଫର୍ମୁଲା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଓ ଟିକା ଉପରେ ରଣନୀତି କରିବାକୁ ଫୋକସ କରିଛନ୍ତି। ସଂକ୍ରମଣ ଅଧିକ ଥିବା ଅଞ୍ଚଳରେ ଟିକାକରଣ ଅତ୍ୟନ୍ତ ଜରୁରୀ। ଏହାସହ ପ୍ରାଥମିକ ସଂକ୍ରମଣ ଚିହ୍ନଟ ପାଇଁ ଆରଟିପିସିଆର ଟେଷ୍ଟ ବଢାଇବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପିଲାମାନଙ୍କୁ କରୋନାରୁ ବଞ୍ଚାଇବା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ପଡିବ। ଗତ ଦୁଇ ସପ୍ତାହ ମଧ୍ୟରେ ୟୁରୋପର ଦେଶରେ କରୋନା ବୃଦ୍ଧି ପାଉଛି, ଆମେରିକାରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଏହା ଆମ ପାଇଁ ଏକ ଚେତାବନୀ। ସର୍ବସାଧାରଣ ସ୍ଥାନରେ ଭିଡ଼ ବଢ଼ିବାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ ଏବଂ ଏହାକୁ ବନ୍ଦ କରିବାକୁ ନିବେଦନ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ସପ୍ତାହରେ ପ୍ରାୟ ୮୦ ପ୍ରତିଶତ ମାମଲା ୬ ଟି ରାଜ୍ୟରୁ ଆସିଛି। ମହାରାଷ୍ଟ୍ର, କେରଳରେ ବୃଦ୍ଧି ପାଉଥିବା ମାମଲା ଚିନ୍ତାଜନକ, କାରଣ ଏସବୁ ହେଉଛି ଦ୍ୱିତୀୟ ତରଙ୍ଗର ପ୍ରଥମ ଲକ୍ଷଣ। ଆମକୁ ପୁଣି ଥରେ ଟେଷ୍ଟ, ଟ୍ରାକ୍ ଏବଂ ଟିକା ରଣନୀତି ସହିତ ଆଗକୁ ବଢ଼ିବାକୁ ପଡିବ। ଯେଉଁଠାରେ ଅଧିକ ସଂକ୍ରମଣ ଅଛି ସେହିଠାରେ ଟିକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Comments are closed.