Latest Odisha News

ଆସାମରେ ଜନସମାବେଶ ସମ୍ପୂର୍ଣ୍ଣ ନିଷିଦ୍ଧ

ଦିଶ୍‌ପୁର: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଆସାମରେ କୌଣସି ସାଧାରଣ ସମାବେଶକୁ ବା ଜନସମାବେଶକୁ ଅନୁମତି ଦିଆଯିବ ନାହିଁ ବୋଲି ସୋମବାର ରାଜ୍ୟ ସରକାର କହିଛନ୍ତି। ବୁଧବାର ରାଜ୍ୟରେ ଇଦ୍ ଉଲ୍-ଅଦାହ୍‌ ପାଳନ କରାଯିବ। ହେଲେ ଏଥିରେ ଜନସମାବେଶକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି।

ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ଲୋକମାନଙ୍କୁ ନିଜ ଘରେ ଏହି ପର୍ବ ପାଳନ କରିବାକୁ ଅନୁରୋଧ କରିଛନ୍ତି।
ରବିବାର ଦିନ ୧୩୨୯ ଜଣ କରୋନା ପଜିଟିଭ ମାମଲା ବାହାରିଥିବା ବେଳେ ରାଜ୍ୟର କୋଭିଡ୍-୧୯ ଟ୍ୟାଲି ୫,୪୭,୨୮୩ କୁ ବୃଦ୍ଧି ପାଇଛି।

Comments are closed.