Latest Odisha News

BREAKING NEWS

ହତ୍ୟାର ୪୦୦ ବର୍ଷ ପରେ ଜର୍ଜିଆନ୍‌ ରାଣୀଙ୍କ ଧ୍ବଂସାବଶେଷ ଆବିଷ୍କାର କଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଗୋଆର ସେଣ୍ଟ ଅଗଷ୍ଟାଇନ ଚର୍ଚ୍ଚରୁ ୧୬ତମ ଶତାବ୍ଦୀର ଜର୍ଜିଆନ୍‌ ରାଣୀ କେଟେଭାନ ଧ୍ବଂସାବଶେଷ କିପରି ଆବିଷ୍କାର କରିଛନ୍ତି ସେ ବିଷୟରେ ପ୍ରକାଶ କରିଛନ୍ତି।

ମନ କି ବାତ୍‌ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଜର୍ଜିଆନ୍‌ ରାଣୀ କେଟେଭାନଙ୍କ ପବିତ୍ର ଧ୍ବଂସା‌ବଶେଷ ଜର୍ଜିଆ ସରକାର ଏବଂ ସେଠାକାର ନାଗରିକଙ୍କୁ ହସ୍ତାନ୍ତର କରିଛି।

ଦୁଇ ଦେଶ ମଧ୍ୟରେ ୨୫ ବର୍ଷର କୂଟନୈତିକ ସମ୍ପର୍କକୁ ପାଳନ କରିବା ପାଇଁ ଭାରତ ୨୦୧୭ରେ ଜର୍ଜିଆକୁ ପବିତ୍ର ସ୍ମୃତି ସ୍ଥାନ ପଠାଇଥିଲା। ଚଳିତ ବର୍ଷ ଜୁଲାଇ ୯ରେ ଏହି ବସ୍ତୁଗୁଡିକ ସ୍ଥାୟୀଭାବେ ଜର୍ଜିଆକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ହସ୍ତାନ୍ତର କରିଥିଲେ।

ପ୍ରାୟ ୪୦୦ ବର୍ଷ ପୂର୍ବେ ୧୬୨୪ ମସିହାରେ ଇରାନର ଶିରାଜ ଠାରେ ପୂର୍ବ ଜର୍ଜିଆର ଏକ ରାଜ୍ୟ କାଖେଟିର ରାଣୀ କେଟେଭାନଙ୍କୁ ହତ୍ୟା କରାଯାଇଥିଲା। ରାଣୀ କେଟେଭାନ୍‌ଙ୍କୁ ‘ସହିଦ’ର ଆଖ୍ୟା ଦିଆଯାଇଥିଲା। କାରଣ ବିଶ୍ବାସ କରାଯାଏ ଯେ ସେ ଖ୍ରୀଷ୍ଟିଆନ ବିଶ୍ବାସକୁ ବଞ୍ଚେଇ ରଖିବା ପାଇଁ ନିଜ ଜୀବନ ତ୍ୟାଗ କରିଥିଲେ ଏବଂ ଇସଲାମ ଧର୍ମ ଗ୍ରହଣ କରିବାକୁ ମନା କରିଦେଇଥିଲେ। ତାଙ୍କ ମୃତ୍ୟୁ ପରେ, କେଟେଭାନ୍‌ଙ୍କୁ ଜର୍ଜିଆ ଧର୍ମଶାଳା ଚର୍ଚ୍ଚରେ ରଖାଯାଇଥିଲା।

Comments are closed.