ବେଜିଂ: କରୋନାର ଡେଲଟା ପ୍ରଜାତି ସଂକ୍ରମିତ ଲୋକଙ୍କ ସଂଖ୍ୟା କରୋନାଭାଇରସର ମୂଳ ପ୍ରଜାତିରେ ସଂକ୍ରମିତ ଲୋକଙ୍କ ଅପେକ୍ଷା ବହୁ ଅଧିକ। ରିପୋର୍ଟ ଅନୁଯାୟୀ ଡେଲ୍ଟା ପ୍ରଜାତି କ୍ଷୀପ୍ର ସଂକ୍ରମଣ କରିଥାଏ।
ଚାଇନାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ପାଇଁ ଗୁଆଙ୍ଗଡୋଙ୍ଗ୍ ପ୍ରାଦେଶିକ କେନ୍ଦ୍ରର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ମୂଳ ସଂକ୍ରମିତ ଲୋକଙ୍କ ଅପେକ୍ଷା ଡେଲଟା ପ୍ରଜାତି ସଂକ୍ରମିତ ଲୋକଙ୍କଠାରେ ଭାଇରାଲ୍ ପ୍ରାକ୍ଟକିଲ୍ସ ପ୍ରାୟ ୧୦୦୦ ଗୁଣ ଅଧିକ।
ସାମ୍ପ୍ରତିକ ଆକଳନ ଅନୁଯାୟୀ, କରୋନା ସୃଷ୍ଟି କରୁଥିବା ଭୂତାଣୁ SARS-CoV-2 ର ମୂଳ ଷ୍ଟ୍ରେନ୍ ତୁଳନାରେ ଡେଲଟା ପ୍ରକାର ଦୁଇଗୁଣରୁ ଅଧିକ ସଂକ୍ରମଣ ହୋଇପାରେ। ଭାରତରେ ପ୍ରଥମେ ୨୦୨୦ ଶେଷରେ ଚିହ୍ନଟ ହୋଇଥିବା ଏହି ପ୍ରଜାତି ଏବେ ଘାତକ ସାଜିଛି। ଏହା ଅତି କମରେ ୧୧୧ ଟି ଦେଶରେ ବ୍ୟାପିସାରିଛି।
Comments are closed.