ମୁମ୍ବାଇ: ପୂର୍ବତନ କ୍ରିକେଟର ହରଭଜନ ସିଂ ଏବଂ ଅଭିନେତ୍ରୀ ଗୀତା ବାସ୍ରା ଆଜି ପୁଅର ନାମ ଦୁନିଆର ସାମ୍ନାକୁ ଆଣିଛନ୍ତି । ସୋସିଆଲ ସାଇଟରେ ଝିଅ ହିନାୟା ହୀର ପ୍ଲାହାଙ୍କ ସହ ପୁଅର ଫଟୋ ଶେୟାର କରିଛନ୍ତି । ପୁଅର ନାମ ଜୋଭାନ ଭୀର ସିଂ ପ୍ଲାହା ରଖିଛନ୍ତି । ହିନାୟା ଭାଇକୁ କୋଳରେ ଧରି କପାଳକୁ ଚୁମ୍ବନ କରୁଥିବା ଫଟୋ ସୋସିଆଲ ସାଇଟରେ ବେଶ ଆଦୃତ ହୋଇଛି । ଅବଶ୍ୟ ଏହି ଫଟୋରେ ଭୀରର ମୁହଁ ଦେଖାଯାଉ ନାହିଁ ।
୨୯ ଅକ୍ଟୋବର ୨୦୧୫ରେ ହରଭଜନ ଓ ଗୀତା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହିନାୟା ୨୦୧୬ ଜୁଲାଇରେ ଏବଂ ବେଳେ ଭୀର ୧୦ ଜୁଲାଇରେ ଜନ୍ମ ଗ୍ରହଣ କରିଥିଲେ । ହରଭଜନ ଏବଂ ଗୀତାଙ୍କ ଯୋଡିଙ୍କୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି ।
Comments are closed.