Latest Odisha News

୬ଥର ବିବାହ କରିଥିବା ୟୁପି ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କଲେ ତୃତୀୟ ପତ୍ନୀ

ନୂଆଦିଲ୍ଲୀ: ଛଅ ଥର ବିବାହ କରିବା ପରେ ୟୁପିର ପୂର୍ବତନ ମନ୍ତ୍ରୀ ଚୌଧୁରୀ ବଶୀର୍‌ଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ତୃତୀୟ ପତ୍ନୀ। ଛଅ ଥର ବିବାହ କରିବା ପରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ବଶୀରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତାଙ୍କ ତୃତୀୟ ପତ୍ନୀ ନଗମା ଏହି ମାମଲା ଦାୟର କରିଥିଲେ।

ନଗମା ଆଗ୍ରାସ୍ଥିତ ମଣ୍ଟୋଲା ପୋଲିସ ଷ୍ଟେସନରେ ମୁସଲିମ ମହିଳା (ସୁରକ୍ଷା ଅଧିକାର ଉପରେ ବିବାହ) ଅଧିନିୟମ, ୨୦୧୯ ଏବଂ ଧାରା ୫୦୪ ଅନୁଯାୟୀ ଏକ ମାମଲା ଦାୟର କରିଛନ୍ତି।

ନଗମାଙ୍କ କହିବା ଅନୁଯାୟୀ, ସେ ନଭେମ୍ବର ୧୧, ୨୦୧୨ରେ ବଶୀରଙ୍କୁ ବିବାହ କରିଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଜୁଲାଇ ୨୩ ରେ ଶାହିସ୍ତା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ ସେତେବେଳେ ସେ ବିବାହକୁ ଅଟକାଇବା ପାଇଁ ସ୍ୱାମୀଙ୍କ ଘରେ ପହଞ୍ଚିଥିଲେ।

ବଶିର ସେଠାରୁ ତାଙ୍କୁ ଜୋର ଜବରଦସ୍ତ ବିଦା କରିବା ସହ ଅନ୍ୟମାନଙ୍କ ସାମ୍ନାରେ ତାଙ୍କୁ ତିନିଥର ତଲାକ୍‌ କହିଥଲେ। ନଗମା ଏବେ ପୋଲିସର ସହାୟତା ଲୋଡିଛନ୍ତି।

ଏହାପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ନିର୍ଯ୍ୟାତନା ମାମଲା ରୁଜୁ କରାଯାଇଥିଲା। ନଗମା ଏବଂ ବଶୀରଙ୍କ ମଧ୍ୟରେ ପୂର୍ବରୁ ରହିଥିବା ବିବାଦ କୋର୍ଟରେ ବିଚାରାଧୀନ ଥିବା ଜଣାପଡିଛି।

ଚୌଧୁରୀ ବଶୀର ଉତ୍ତରପ୍ରଦେଶର ମାୟାବତୀଙ୍କ ନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ ଥିଲେ। ପରେ ସେ ସମାଜବାଦି ପାର୍ଟିକୁ ଯାଇଥିଲେ କିନ୍ତୁ କିଛି ସମୟ ପରେ ସେ ଦଳ ଛାଡିଥିଲେ।

Comments are closed.