Latest Odisha News

BREAKING NEWS

ରେସଲିଂରେ ସୋନମ, ଜ୍ୟାଭଲିନରେ ଅନ୍ନୁ ରାନୀ ବିଦା

ଟୋକିଓ:ଟୋକିଓ ଅଲିମ୍ପିକ୍ସରେ ମଙ୍ଗଳବାର ମହିଳା ରେସଲିଂ ୬୨ କିଗ୍ରା ବିଭାଗରେ ଭାରତର ସୋନମ ମଲିକ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ମଙ୍ଗୋଲିଆର ପହଲିମାନ ବୋଲୋରତୁୟା ଖୁରେଲଖୁ ତାଙ୍କୁ ପରାଜିତ କରିଛନ୍ତି । ଉଭୟଙ୍କ ସ୍କୋର ୨-୨ ରହିବା ପରେ ମଙ୍ଗୋଲିଆ ପହିଲିମାନଙ୍କୁ ୨ ଟେକ୍ନିକାଲ ପଂଏଟ ମିଳିଥିଲା । ଫଳରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା ।

ଯଦି ବୋଲୋରତୁୟା ଫାଇନାଲରେ ପ୍ରବେଶ କରନ୍ତି ତାହାହେଲେ ସୋନମଙ୍କୁ ରେପଚେଜ ରାଉଣ୍ଡ ଖେଳିବାକୁ ସୁଯୋଗ ମିଳିବ । ମହିଳା ଜ୍ୟାଭେଲିନ ଥ୍ରୋରେ ଭାରତର ଅନ୍ନୁ ରାନୀ କ୍ୱାଲିଫିକେଶନ ମାର୍କ ୬୩ ମିଟର ପାର କରିପାରି ନ ଥିଲେ ।

Leave A Reply

Your email address will not be published.