Latest Odisha News

ଭାରତ ପାଇଁ ବ୍ରୋଞ୍ଜ ହାସଲ କଲେ ବକ୍ସର ଲଭଲିନ୍

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍ ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ମହିଳା ୱେଲ୍ଟର ସେମିରେ ତୁର୍କୀର ବୁସେନାଜ ସୁର୍ମେନେଲୀ ୦-୫ ପଏଣ୍ଟରେ ଲଭଲିନାଙ୍କୁ ପରାସ୍ତ କରିଛନ୍ତି। ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତାଙ୍କ ପଦକକୁ ମିଶାଇ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚି ଯାଇଛି ।

ବକ୍ସିଂ ସେମିଫାଇନାଲରେ ଲଭଲିନା ବିଶ୍ୱର ଏକ ନମ୍ବର ବକ୍ସରଙ୍କ ନିକଟରେ ଆଦୌ ତିଷ୍ଠିପାରି ନଥିଲେ। ବୁସେନାଜ ପ୍ରଥମ ରାଉଣ୍ଡ ୫-୦ରେ ଜିତି ନେଇଥିଲେ । ଦ୍ୱିତୀୟ, ତୃତୀୟ ରାଉଣ୍ଡରେ ବି ଲଭଲିନା ହାରି ଯାଇଥିଲେ ।

Leave A Reply

Your email address will not be published.