ଭୁବନନେଶ୍ବର : ଆସନ୍ତା ୯ ତାରିଖରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ବବିଦ୍ୟାଳୟ । କେବଳ ଶେଷ ବର୍ଷ ପାଇଁ ହେବ ଅଫ୍ଲାଇନ୍ କ୍ଲାସ । କଲେଜ୍ ଓ ବିଶ୍ବବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ୟାମ୍ପସ ପରିସରକୁ ବିଶୋଧନ କରିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲାଯାଇ ପାଠ ପଢ଼ାଯାଉଛି । ସେହିପରି ହଷ୍ଟେଲ ମଧ୍ୟ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ମୁତାବକ କୋଭିଡ ଗାଇଡଲାଇନ୍ ଅନୁଯାୟୀ ବୈଷୟିକ କଲେଜ ଓ ବିଶ୍ବବିଦ୍ୟାଳୟର ପାଠପଢ଼ା ହେବ । ମାସ୍କ, ସାନିଟାଇଜର ସହ ସାମାଜିକ ଦୂରତା ମାନିବାକୁ କୁହାଯାଇଛି । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ।
BREAKING NEWS
- ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍ପେଣ୍ଡ
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- ୧,୦୦୦ ମେଟ୍ରିକ୍ ଟନ୍ ସ୍ୱାସ୍ଥ୍ୟକର ଚାଉଳ ପାଇଁ ୪ ଏମଓୟୁ ସ୍ୱାକ୍ଷରିତ
- Former CBI Director M. Nageshwar Rao:ରାଜନୀତିରେ ଏଣ୍ଟ୍ରି ମାରିଲେ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ;ସନାତନ ସମ୍ପର୍କରେ ଦେଲେ ବଡ ବୟାନ
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର

Comments are closed.