ଭୁବନନେଶ୍ବର : ଆସନ୍ତା ୯ ତାରିଖରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ବବିଦ୍ୟାଳୟ । କେବଳ ଶେଷ ବର୍ଷ ପାଇଁ ହେବ ଅଫ୍ଲାଇନ୍ କ୍ଲାସ । କଲେଜ୍ ଓ ବିଶ୍ବବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ୟାମ୍ପସ ପରିସରକୁ ବିଶୋଧନ କରିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲାଯାଇ ପାଠ ପଢ଼ାଯାଉଛି । ସେହିପରି ହଷ୍ଟେଲ ମଧ୍ୟ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ମୁତାବକ କୋଭିଡ ଗାଇଡଲାଇନ୍ ଅନୁଯାୟୀ ବୈଷୟିକ କଲେଜ ଓ ବିଶ୍ବବିଦ୍ୟାଳୟର ପାଠପଢ଼ା ହେବ । ମାସ୍କ, ସାନିଟାଇଜର ସହ ସାମାଜିକ ଦୂରତା ମାନିବାକୁ କୁହାଯାଇଛି । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ।
BREAKING NEWS
- ବିଦେଶୀ ମଦ ଚାଲାଣ ବେଳେ ଚଢ଼ଉ, ୩ ଗିରଫ
- ଘସିପୁରାରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ସୌମ୍ୟରଞ୍ଜନ
- ଟ୍ୱିନ୍ ସିଟି ସମେତ ଏହି ୭ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ସତର୍କତା, ଅରେଞ୍ଜ ଆଲର୍ଟ ଜାରି
- କଂଗ୍ରେସକୁ ଝଟକା: ଦଳ ଛାଡ଼ିଲେ ବିଜୟ ଗମାଙ୍ଗୋ, ପ୍ରାଥମିକ ସଦସ୍ୟତାରୁ ଇସ୍ତଫା
- ‘୨୧ ଟି ଆସନରେ ପଦ୍ମ ଫୁଟିବ; ବାହର ଲୋକ ନୁହଁ, ଓଡିଶାର ପୁଅ କିମ୍ବା ଝିଅ ହେବେ ମୁଖ୍ୟମନ୍ତ୍ରୀ’
- ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି
- ‘ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଆପଣମାନେ ଜାଣିବା ଦରକାର’
- ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ ଉପହାସ; ଦିନରେ ସ୍ବପ୍ନ ଦେଖୁଛି
- କଲେଜ ଅଧ୍ୟାପକଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ, ବିଜେଡିକୁ ସମର୍ଥନ କରୁଥିବା କହିଲା ବିଜେପି
- ନନ୍ଦନକାନନରେ ଅସୁସ୍ଥ ବାଘ ‘ନନ୍ଦନ’