Latest Odisha News

BREAKING NEWS

ଦୂତିଙ୍କୁ ୧୦୦ ମିଟର୍ ସ୍ୱର୍ଣ୍ଣ ପଦକ

ପାତିଆଲା: ଓଡ଼ିଆ ସ୍ପ୍ରିଣ୍ଟ୍ କୁଇନ୍ ଦୂତି ଚାନ୍ଦ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ହାସଲ କରିବା ପରେ ୧୦୦ ମିଟର ସ୍ଫ୍ରିଣ୍ଟରେ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରି ରେକର୍ଡ଼ ସୃଷ୍ଟି କରିଛନ୍ତି । ପଞ୍ଜାବର ପାତିଆଲାଠାରେ ୨୩ତମ ଫେଡ଼େରେସନ କପ୍ ଜାତୀୟ ସିନିୟର୍ ଦୌଡ଼କୁଦ ଚମ୍ପିଆନସିପରେ ସୋମବାର ଦିନ ୧୦୦ ମିଟର ବିଭାଗରେ ୧ମ ହୋଇ ସ୍ୱର୍ଣ୍ଣ ହାସଲ କରିପାରିଛନ୍ତି ଦୌଡ଼ରାଣୀ ଦୂତି ଚାନ୍ଦ ।

ଦୂତୀ ଏହି ଦୌଡ଼କୁ ୧୧.୪୫ ସେକେଣ୍ଡରେ ଅତିକ୍ରମ କରିପାରିଛନ୍ତି ।

ଋବିବାର ଦିନ ସେମିଫାଇନାଲରେ ଦୂତି ୧୦୦ ମିଟର ଦୌଡ଼କୁ ୧୧.୪୮ ସେକେଣ୍ଡରେ ଅତିକ୍ରମ କରି ଫାଇନାଲ ପର୍ଯ୍ୟୟକୁ ଉନ୍ନିତ ହୋଇଥିଲେ ।

Leave A Reply

Your email address will not be published.