Latest Odisha News

BREAKING NEWS

ମନ ଜିଣିଲେ ଭାରତୀୟ ଗଲ୍ଫର ଅଦିତି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ମହିଳା ଗଲ୍ଫର ଅଦିତି ଅଶୋକ ଏ ଭଳି ପ୍ରଦର୍ଶନ କରିବେ କେହି କେବେ ଭାବି ନ ଥିଲେ । ମାତ୍ର ଗୋଟିଏ ପଂଏଟ ପାଇଁ ଅଦିତି ପଦକ ହାସଲରୁ ବଂଚିତ ହୋଇଛନ୍ତି । ବ୍ରୋଞ୍ଜ ପଦକ ପାଇଁ ଅଦିତି ଗୋଟିଏ ବାର୍ଡି ଆବଶ୍ୟକ କରୁଥିଲେ, ମାତ୍ର ପ୍ରଥମ ଉଦ୍ୟମରେ ସେ ବିଫଳ ହୋଇଥିଲେ । ଏହାର ଫାଇଦା ନ୍ୟୁଜିଲାଣ୍ଡର ଲିଡିଆ କୋଙ୍କୁ ମିଳିଥିଲା ଏବଂ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଅଲିମ୍ପିକ୍ସରେ ବିଶ୍ୱର ୨୦୦ ମାନ୍ୟତାପ୍ରାପ୍ତ ଗଲ୍ଫରଙ୍କୁ ଖେଳିବା ପାଇଁ ସୁଯୋଗ ଆସିଥିଲା । ସେମାନଙ୍କ ମଧ୍ୟରେ ଅଦିତିଙ୍କ ପ୍ରଦର୍ଶନ ନିଶ୍ଚିତ ଭାବେ ପ୍ରଶଂସନୀୟ । ଅଦିତିଙ୍କ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମଧ୍ୟ ପ୍ରଶଂସା କରିଛନ୍ତି ।

Comments are closed.