Latest Odisha News

ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ମନୋନୀତ ହେଲେ ସମ୍ ହସପିଟାଲ ପ୍ରଫେସର

ଭୁବନେଶ୍ବର : ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ମନୋନୀତ ହେଲେ ସମ୍ ହସପିଟାଲ ପ୍ରଫେସର । ସମ୍ ହସପିଟାଲ ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡାକ୍ତର ସାହୁଙ୍କର ଅତୁଳନୀୟ ଅବଦାନ ଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ନୂଆଦିଲ୍ଲୀରେ ଏକାଡେମୀର ୬୦ ତମ ସମାବର୍ତ୍ତନ ଉତ୍ସବ ଅବସରରେ ଏକାଡେମୀର ଅଧ୍ୟକ୍ଷ ଡ଼ଃ ସରୋଜ ଚୂଡ଼ାମଣି ଗୋପାଳ ଡାକ୍ତର ମନୋଜ ସାହୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । ନୀତି ଆୟୋଗର ସଦସ୍ୟ ତଥା ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସର ଅଧ୍ୟକ୍ଷ ଡ଼ଃ ଭି. କେ ପଲ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆରର ପୂର୍ବତନ ନିର୍ଦ୍ଦେଶକ ଜେନେରାଲ ଡ଼ଃ ନିର୍ମଳ କୁମାର ଗାଙ୍ଗୁଲିଙ୍କ ଉପସ୍ଥିତିରେ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଭ୍ୟ ଭାବେ ମନୋନୀତ ହେବା ପରେ ଏହା ମୋ ପାଇଁ ଏକ ବଡ ସମ୍ମାନ ବୋଲି କହିଛନ୍ତି ଡାକ୍ତର ମନୋଜ ସାହୁ । ଆଗକୁ ସେ ତାଙ୍କର ଦାୟିତ୍ବ ସୁଚାରୁରୂପେ ତୁଲାଇବା ସହ ଓଡ଼ିଶାରେ ରୋଗୀ ସେବାକୁ ଆହୁରି ଉନ୍ନତ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।

Comments are closed.