Latest Odisha News

BREAKING NEWS

ଏଣିକି ସୈନିକ ସ୍କୁଲରେ ଝିଅଙ୍କୁ ବି ଏଣ୍ଟ୍ରି

ନୂଆଦିଲ୍ଲୀ: ଆଜି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଏଣିକି ଝିଅମାନେ ବି ସୈନିକ ସ୍କୁଲରେ ପଢିବାର ସୁଯୋଗ ଲାଭ କରିବେ। ଦେଶର ସମସ୍ତ ସୈନିକ ସ୍କୁଲର ଫାଟକ ଏବେ ଝିଅମାନଙ୍କ ପାଇଁ ମଧ୍ୟ ଖୋଲାଯିବ। ବର୍ତ୍ତମାନ ଦେଶରେ ୩୩ ଟି ସୈନିକ ସ୍କୁଲ୍ ପରିଚାଳିତ ହେଉଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଏହି ଖୁସିର ମୁହୂର୍ତ୍ତକୁ ମୁଁ ଦେଶବାସୀଙ୍କ ସହ ବାଣ୍ଟୁଛି। ଲକ୍ଷ ଲକ୍ଷ ଝିଅ ସୈନିକ ସ୍କୁଲ ପଢିାବକୁ ଚାହୁଁଛନ୍ତି। ଏରିକି ସେମାନଙ୍କ ଆଶା ମଧ୍ୟ ପୂରଣ ହେବ। ସୈନିକ ସ୍କୁଲର ଦ୍ୱାର ଏବେ ସେମାନଙ୍କ ପାଇଁ ମଧ୍ୟ ଖୋଲାଯିବ।

ଦୁଇ ବର୍ଷ ପୂର୍ବେ ମିଜୋରାମର ସୈନିକ ସ୍କୁଲରେ ପ୍ରଥମ ଥର ପାଇଁ ଝିଅମାନଙ୍କୁ ପ୍ରବେଶିକା ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଦେଶର ସମସ୍ତ ସୈନିକ ବିଦ୍ୟାଳୟରେ ଝିଆମାନେ ବି ଅଧ୍ୟୟନ କରିପାରିବେ।

ସୈନିକ ସ୍କୁଲ୍ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ଥିଲା ଛାତ୍ରମାନଙ୍କୁ ଅଳ୍ପ ବୟସରୁ ଭାରତୀୟ ସଶସ୍ତ୍ର ବାହିନୀରେ ପ୍ରବେଶ ପାଇଁ ପ୍ରସ୍ତୁତ କରିବା।

Comments are closed.