Latest Odisha News

BREAKING NEWS

ଜେଲ୍ ଗଲେ ନୀରବ ମୋଦୀ, ଲଣ୍ଡନ କୋର୍ଟରେ ଜାମିନ ଆବେଦନ ଖାରଜ

ଲଣ୍ଡନ: ଭାରତୀୟ ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଲଣ୍ଡନର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ପ୍ରକାଶ ।

ତାଙ୍କୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖାଯିବ ବୋଲି ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରତରୁ ପ୍ରକାଶ ।

ପ୍ରଖ୍ୟାତ ହୀରା ବ୍ୟବସାୟୀ ନୀରବ ମୋଦୀ ଭାରତରେ ପ୍ରାୟ ୧୩ ହଜାର ୫୦୦ କୋଟି ଟଙ୍କାର ଅର୍ଥ ହେରଫେର କରି ବିଦେଶ ଚାଲିଯାଇଥିଲେ । ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୀରବଙ୍କ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ସରକାରଙ୍କୁ ଅନୁରୋଧ କରାଯାଇଥିଲା ।

ସୋମବାର ଦିନ ଏନେଇ ୱାରେଣ୍ଟ ଜାରି କରାଯାଇଥିବା ବେଳେ ଲଣ୍ଡନରେ ତାଙ୍କୁ ଗିରଫ କରାଯାଇ ପରେ କୋର୍ଟରେ ହାଜର କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଏହିଯେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଏହି ପ୍ରଖ୍ୟାତ ହୀରା ବ୍ୟବସାୟୀ ନୀରବ ମୋଦୀ ଏବଂ ତାଙ୍କର ମାମୁଁ ମେହୁଲ୍ ଚୋକ୍ସି ।

Leave A Reply

Your email address will not be published.