Latest Odisha News

BREAKING NEWS

ଗତ ସପ୍ତାହରେ ୪.୪ ନିୟୁତ ସଂକ୍ରମଣ ମାମଲା ରେକର୍ଡ; ହୁ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କହିଛି ଯେ ଗତ ଦୁଇ ମାସ ମଧ୍ୟରେ କୋଭିଡ-୧୯ ମାମଲା କ୍ଷୀପ୍ର ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଅଗଷ୍ଟ  ସପ୍ତାହ୯ରୁ ୧୫ ମଧରେ ପ୍ରାୟ ୪.୪ ନିୟୁତ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। ଗ୍ଲୋବାଲ୍ କୋଭିଡ୍-୧୯ ସଂକ୍ରମଣ ମାମଲା ବର୍ତ୍ତମାନ ୨୦୬ ନିୟୁତ ଅତିକ୍ରମ କରିଛି।

ୱେଷ୍ଟର୍ଣ୍ଣ ପାସିଫିକ୍‌ ଅଞ୍ଚଳ ଏବଂ ଆମେରିକାରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିଥିବା କହିଛି ହୁ। ପୂର୍ବ ସପ୍ତାହ ତୁଳନାରେ ଉଭୟ ଅଞ୍ଚଳ ଯଥାକ୍ରମେ ୧୪ ପ୍ରତିଶତ ଏବଂ ୮ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ତେବେ, ପୂର୍ବ ସପ୍ତାହ ତୁଳନାରେ ଏହି ସପ୍ତାହରେ ୬୬,୦୦୦ ରୁ ଅଧିକ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି।

Comments are closed.