Latest Odisha News

ଉତ୍ତରାଖଣ୍ଡରେ ରହିଛି ଦେଶର ସବୁଠାରୁ ଉଚ୍ଚତମ ହର୍ବାଲ୍‌ ଉଦ୍ୟାନ

ଡେରାଡୁନ୍‌: ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଭାରତର ସର୍ବୋଚ୍ଚ ହର୍ବାଲ ପାର୍କକୁ ଶନିବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଭାରତ-ଚୀନ୍ ସୀମା ନିକଟ ମାନା ଗ୍ରାମରେ ଉଦଘାଟନ କରାଯାଇଛି।

ବିଭିନ୍ନ ଔଷଧୀୟ ତଥା ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଆଲ୍‌ପାଇନ୍ ପ୍ରଜାତି ସଂରକ୍ଷଣ କରିବା ଏବଂ ଏହାର ପ୍ରସାର ତଥା ବାସସ୍ଥାନ ପରିବେଶ ଉପରେ ଗବେଷଣା କରିବା ଏହି ସର୍ବୋଚ୍ଚ ହର୍ବାଲ ପାର୍କର ମୂଳ ଉଦ୍ଦେଶ୍ୟ। ତିନି ଏକର ଜମିରେ ଏହି ପାର୍କକ ପ୍ରସାରିତ ହୋଇ ରହିଛି।

କେନ୍ଦ୍ର ସରକାରଙ୍କ କ୍ଷତିପୂରଣ ବୃକ୍ଷରୋପଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ (CAMPA) ଯୋଜନା ଅଧୀନରେ ଏହାକୁ ତିନି ବର୍ଷ ମଧ୍ୟରେ ବିକଶିତ କରାଯାଇଛି। ଏହି ହର୍ବାଲ ପାର୍କରେ ପ୍ରାୟ ୪୦ ଟି ପ୍ରଜାତିର ହର୍ବାଲ ଗଛ ଲଗାଯାଇଛି।

Comments are closed.