ପୁରୀ : ସରିଲା ଅପେକ୍ଷା । ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସାରା ରାଜ୍ୟର ଶ୍ରଦ୍ଧାଳୁ । ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଥିଲା । ଏହାପରେ ପୁରୀ ସହରବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ହେଲେ ଆସନ୍ତାକାଲି ଠାରୁ ଦୂର ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା । କାରଣ କାଲିଠାରୁ ନିଜ ମହାପ୍ରଭୁଙ୍କୁ ପାଖରୁ ଦର୍ଶନ କରିବେ ସାରା ରାଜ୍ୟର ଶ୍ରଦ୍ଧାଳୁ ।
କାଲିଠାରୁ ସର୍ବସାଧାରଣ ଦର୍ଶନ ହେଉଥିବା ବେଳେ, ଏଥିପାଇଁ କିଛି କଟକଣା ଲଗାଇଛି ପ୍ରଶାସନ । ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ କରୋନା ଟିକାର ଦୁଇ ଡୋଜ୍ ସାର୍ଟିଫିକେଟ୍ କିମ୍ବା କରୋନା ଟେଷ୍ଟ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ସେହିପରି ବୃଦ୍ଧ ଓ ଛୋଟ ପିଲାଙ୍କୁ ନଆସିବାକୁ ପରାମର୍ଶ ଦିଆଯାଇଛି । ଏହା ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି । କଟକଣା ଅନୁସାରେ, ଶ୍ରୀମନ୍ଦିର ଭିତରକୁ ଭୋଗ, ଦୀପ, ଧୂପ ନେବାକୁ ମଧ୍ୟ ବାରଣ କରାଯାଇଛି । ସେହିପରି ମନ୍ଦିର ଭିତରେ ଥିବା ପାର୍ଶ୍ବ ଦେବା ଦେବୀଙ୍କ ନିକଟରେ ମଧ୍ୟ ଦୀପ ଜାଳିବାକୁ ବାରଣ କରାଯାଇଛି ।
Comments are closed.