Latest Odisha News

ମହାରାଷ୍ଟ୍ରରେ ୧୦୦ ଟପିଲାଣି ଡେଲ୍‌ଟା ପ୍ଲସ୍‌ ମାମଲା

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭୟ ବଢୁଥିବା ବେଳେ ଏପଟେ ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍‌ ମାମଲା ୧୦୦ ଅତିକ୍ରମ କଲାଣି।

ମହାରାଷ୍ଟ୍ରରେ ସୋମବାର ଦିନ କରୋନାଭାଇରସର ଡେଲଟା ପ୍ଲସ୍ ପ୍ରଜାତିର ୨୭ ଟି ମାମଲା ରେକର୍ଡ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ, ଡେଲ୍‌ଟା ପ୍ଲସ୍‌ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ ୩୬୪୩ ତାଜା କୋଭିଡ-୧୯ ସଂକ୍ରମଣ ରେକର୍ଡ ହୋଇଥିବାବେଳେ ମହାମାରୀର ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସରକାର କହିଛନ୍ତି।

Comments are closed.