ଭୁବନେଶ୍ବର : ଆଉ ୩ଟି ରୁଟରେ ଚଳାଚଳ କରିବ ‘ମୋ ବସ୍’ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି କ୍ରୁଟ୍ । ନିଷ୍ପତ୍ତି ଅନୁସାରେ ଏଣିକି ୭୧ ନମ୍ବର ରୁଟରେ ଚଳାଚଳ କରିବ ‘ମୋ ବସ୍’ । ଏହା ରସୁଲଗଡ଼ରୁ ବରମୁଣ୍ଡା ଦେଇ କୋଣାର୍କ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ମାଷ୍ଟର କ୍ୟାଣ୍ଟିନରୁ ଜୟଦେବ ପୀଠ ପର୍ଯ୍ୟନ୍ତ ଅନ୍ୟ ଏକ ୩୫ ନମ୍ବର ରୁଟରେ ମଧ୍ୟ ଏହି ସେବା ଆରମ୍ଭ ହେବ ।
ଅନ୍ୟପଟେ ଆଚାର୍ଯ୍ୟ ବିବହାରରୁ ନୀଳାଦ୍ରିବିହାର ରୋଡ ଦେଇ ପଟିଆ ପର୍ଯ୍ୟନ୍ତ ପ୍ରମୁଖ ଡାକ୍ତରଖାନା ଗୁଡିକ ରହୁଥିବାରୁ ଏହି ରୁଟରେ ମଧ୍ୟ ବସ୍ ଚଳାଚଳ କରିବ । ଯାହା ଫଳରେ ସାଧାରଣ ଲୋକ ଅଧିକ ଉପକୃତ ହେବେ । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୯ ନମ୍ବର ରୁଟରେ କାର୍ଯ୍ୟକାରୀ ହେବ । ପ୍ରତି ୩୦ ମିନିଟ ବ୍ୟବଧାନରେ ଯାତ୍ରୀଙ୍କୁ ନେଇ ବସ୍ ଯାତାୟତ କରିବ । ସେହିପରି ବରମୁଣ୍ଡାରୁ ପୁରୀ ଯିବା ରୁଟ୍ ନମ୍ବର ୫୧ରେ ଯାତ୍ରୀଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହୁଥିବାରୁ ଆସନ୍ତ ୧ ତାରିଖରୁ ଏହି ରୁଟରେ ମୋ ବସ୍ ସେବା ବନ୍ଦ ରହିବ ।
Comments are closed.