Latest Odisha News

BREAKING NEWS

ପାୟଲଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦ ଅଭିନେତ୍ରୀ ପାୟଲ ରୋହତଗିଙ୍କର ପିଛା ଛାଡୁନି। ଏଥର ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ଭିଡିଓ ସେୟାର କରିଥିବାରୁ ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି। ପୁଣେରେ ପାୟଲଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇଛି।

ସୂଚନା ଅନୁଯାୟୀ ଭିଡିଓରେ ସେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ବିରୋଧରେ ସେ ଅନୁପଯୁକ୍ତ ଭାଷା ବ୍ୟବହାର କରିଥିଲେ। ଏହି ଭିଡିଓ ଯୋଗୁଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ପାୟଲ ରୋହତଗି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ପ୍ରସଙ୍ଗ ଉପରେ ମତାମତ ଜାରି ରଖିଛନ୍ତି। ଏଥର ସେୟାର କରିଥିବା ଭିଡିଓକୁ ତାଙ୍କ ସମସ୍ୟା ବଢିଯାଇଛି।

Comments are closed.