Latest Odisha News

BREAKING NEWS

ମାଲେସିଆ ବିପକ୍ଷରେ ଭାରତ ୪-୨ ଗୋଲରେ ବିଜୟୀ, ବିରେନ୍ଦ୍ର ଲାକ୍ରାଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ୍’ ପୁରସ୍କାର

ଇପୋ: ସୁଲତାନ ଆଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଆୟୋଜକ ମାଲେସିଆକୁ ୪-୨ ଗୋଲରେ ପରାସ୍ତ କରିଛି । ମାଲେସିଆର ଇପୋଠାରେ ଖେଳାଯାଇଥିବା ଏହି ମ୍ୟାଚରେ ସୁନ୍ଦର ଅଦ୍ଭୁତପୂର୍ବ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିବାରୁ ଓଡ଼ିଆ ହକି ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ।

ଭାରତ ଆଜି ଟୁର୍ଣ୍ଣାମେଣ୍ଟରେ ତାର ଏହି ୩ୟ ମ୍ୟାଚରେ ଘରୋଇ ମାଲେସିଆ ସହିତ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଛି । ମାଲେସିଆ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ବିରେନ୍ଦ୍ର ଲାକ୍ରାଙ୍କ ଦୃଢ ରକ୍ଷଣାତ୍ମକ ଖେଳ ଯୋଗୁଁ ଭାରତ କେତେଗୁଡ଼ିଏ ନିଶ୍ଚିତ ଗୋଲରୁ ବର୍ତ୍ତିଯାଇ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତିପାରିଛି ।

ଭାରତୀୟ ଖେଳାଳି ସୁମିତ, ସୁମିତ କୁମାର ଜୁନିୟର, ବରୁଣ କୁମାର ଏବଂ ମନଦୀପ ସିଂହ ଦଳ ପକ୍ଷରୁ ୪ଟି ଗୋଲ୍ ସ୍କୋର କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଭାରତ ତାର ୧ମ ମ୍ୟାଚରେ ଜାପାନକୁ ୨-୦ ଗୋଲରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ କୋରିଆ ସହିତ ୧-୧ ରେ ମ୍ୟାଚ ଡ୍ର ରଖିଥିଲା । ବୁଧବାର ଦିନ ଭାରତ କାନାଡ଼ାକୁ ୪ର୍ଥ ମ୍ୟାଚରେ ଭେଟୁଛି । ପଏଣ୍ଟ ତାଲିକାରେ ଭାରତ କୋରିଆ ସହିତ ସମାନ ୭ ପଏଣ୍ଟ ହାସଲ କରିପାରିଛି ।

Leave A Reply

Your email address will not be published.