Latest Odisha News

BREAKING NEWS

ପଞ୍ଜଶୀରରେ ପ୍ରାୟ ୬୦୦ ତାଲିବାନୀଙ୍କ ମୃତ୍ୟୁ!

କାବୁଲ: ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ଉତ୍ତରପୂର୍ବ ଅଞ୍ଚଳ ପଞ୍ଜଶୀର ପ୍ରଦେଶରେ ପ୍ରାୟ ୬୦୦ ତାଲିବାନଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି।

ପ୍ରତିରୋଧ ବାହିନୀର ମୁଖପାତ୍ର ଫାହିମ ଦାଶିତି ଟ୍ୱିଟ କରି କହିଛନ୍ତି, “ପଞ୍ଜଶୀରର ବିଭିନ୍ନ ଜିଲ୍ଲାରେ ସକାଳୁ ପ୍ରାୟ ୬୦୦ ତାଲିବାନକୁ ନିପାତ କରାଯାଇଛି। ୧୦୦୦ ରୁ ଅଧିକ ତାଲିବାନକୁ କାବୁ କରାଯାଇଛି।”

ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଆଫଗାନିସ୍ତାନ ପ୍ରଦେଶରୁ ଯୋଗାଣ ପାଇବାରେ ତାଲିବାନରେ ସମସ୍ୟା ରହିଛି ବୋଲି ସ୍ପୁଟନିକ୍ ରିପୋର୍ଟରେ ପ୍ରକାଶ ପାଇଛି।

ଲ୍ୟାଣ୍ଡ ମାଇନ୍ ଥିବା ଯୋଗୁ ପଞ୍ଜଶୀର ପ୍ରତିରୋଧ ବାହିନୀ ବିରୋଧରେ ତାଲିବାନର ଆକ୍ରମଣ ମନ୍ଥର ହୋଇଛି।

ତାଲିବାନ ସୂତ୍ରରୁ ପ୍ରକାଶ ଯେ ପଞ୍ଜୀରରେ ଲଢେଇ ଜାରି ରହିଛି କିନ୍ତୁ ରାଜଧାନୀ ବଜାରକ ଏବଂ ପ୍ରାଦେଶିକ ରାଜ୍ୟପାଳଙ୍କ କମ୍ପାଉଣ୍ଡରେ ଥିବା ଲ୍ୟାଣ୍ଡମାଇନ୍ ଦ୍ବାରା ଅଗ୍ରଗତି ମନ୍ଥର ହୋଇଯାଇଛି।

Comments are closed.