Latest Odisha News

BREAKING NEWS

ଭୟ ବଢାଉଛି ନିପା ଭାଇରସ୍‌; ଆଉ ୨ ମାମଲା ଚିହ୍ନଟ!

କୋଜିକୋଡେ: ଆଜି ସକାଳେ ନୀପା ଭାଥରସ୍‌ ଆକ୍ରାନ୍ତ ହୋଇ ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ହେବା ପରେ କୋଜିକୋଡେରେ ଆଉ ୨ଟି ନିପା ଭାଇରସ୍‌ ମାମଲା ଚିହ୍ନଟ ହୋଇଥିବା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ରବିବାର ସୂଚନା ଦେଇଛନ୍ତି।

ନିପା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଥିବ‌ା ବାଳକର ସମ୍ପର୍କରେ ଆସିଥିବା ଏହି ୨ ଜଣ ନିପା ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

” ୧୮୮ ଜଣ ଏପର୍ଯ୍ୟନ୍ତ ଉକ୍ତ ଶିଶୁଟିର ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ସର୍ଭିଲାନ୍ସ ଦଳ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିବା କହିଛି। ଏହି ୨ ଆକ୍ରାନ୍ତ ସ୍ବାସ୍ଥ୍ୟ କର୍ମୀ ବୋଲି ଜଣାପଡିଛି।   ସେମାନଙ୍କ ମଧ୍ୟରୁ ଜଣେ  ଘରୋଇ ଡାକ୍ତରଖାନାରେ କାମ କରୁଥିବାବେଳେ ଅନ୍ୟ ଜଣେ କୋଜିକୋଡେ ମେଡିକାଲ କଲେଜ ହସ୍ପିଟାଲର କର୍ମଚାରୀ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.