Latest Odisha News

BREAKING NEWS

ଚିନ୍ତା ବଢାଇଲାଣି ନିପା ଭାଇରସ୍‌; ତାମିଲନାଡୁରେ ପ୍ରଥମ ମାମଲା ଚିହ୍ନଟ

କୋୟେମ୍ବାଟୁର: ଚିନ୍ତା ବଢାଇଲାଣି ନିପା ଭାଇରସ୍‌। ଦେଶରେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଆଶଙ୍କା ବଢିଥିବା ବେଳେ ନିପା ଭୂତାଣୁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କେରଳ ପରେ ଏବେ ତାମିଲନାଡୁରେ ନିପା ଭାଇରସ ମାମଲା ଚିହ୍ନଟ ହୋଇଛି।

ତାମିଲନାଡୁର କୋୟେମ୍ବାଟୁରରେ ଏହି ସଂକ୍ରମଣର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଜିଲ୍ଲା କଲେକ୍ଟର  ଏ ନେଇ ଉପଯୁକ୍ତ ସତର୍କତା ଅବଲମ୍ବନ କରାଯାଉଥିବା କହିଛନ୍ତି। ସେ କହିଛନ୍ତି, “ଆମେ ସମସ୍ତ ସତର୍କତା ଅବଲମ୍ବନ କରୁଛୁ। ଯଦି କୌଣସି ବ୍ୟକ୍ତି ଜ୍ୱରରେ ସରକାରୀ ଡାକ୍ତରଖାନାକୁ ଆସନ୍ତି ତେବେ ତାଙ୍କୁ ସଠିକ୍ ପରୀକ୍ଷା କରାଯିବ।”

ରବିବାର ଦିନ କେରଳ‌ର ଜଣେ ୧୨ ବର୍ଷର ବାଳକର ନିପା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଥିଲା। ଏହାପରେ ରାଜ୍ୟରେ ଆଉ ୨ଟି ନିପା ଭାଇରସ୍‌ ମାମଲା ମଧ୍ୟ ଚିହ୍ନଟ ହୋଇଥିଲା।

Comments are closed.