ମୁମ୍ବାଇ: ସୁରଜ ବଡଜାତ୍ୟା ତାଙ୍କ ପ୍ରିୟ କଳାକାର ଅମିତାଭ ବଚ୍ଚନଙ୍କ ସହ ଡ୍ରିିମ ପ୍ରୋଜେକ୍ଟ ଉଚ୍ଚାଇ ନିର୍ମାଣ କରୁଛନ୍ତି । ଏହି ବନ୍ଧୁତ୍ୱପୂର୍ଣ୍ଣ ଫିଲ୍ମରେ ଅମିତାଭଙ୍କ ସହ ଅନୁପମ ଖେର, ନୀନା ଗୁପ୍ତା, ବୋମନ ଇରାନୀ ଓ ପରିଣତ ଚୋପ୍ରାଙ୍କୁ ସାଇନ କରାଯାଇ ସାରିଛି । ଏବେ ଆଉ ଦୁଇ ପ୍ରତିଷ୍ଠିତ କଳାକାର ଡ୍ୟାନୀ ଡାଞ୍ଜୋପା ଓ ସାରିକାଙ୍କୁ ମଧ୍ୟରେ ଏଥିରେ ସାମିଲ କରାଯାଇଛି ।
ମୈନେ ପ୍ୟାର କିୟା, ହମ ଆପକେ ହେ କୌନ, ହମ ସାଥ ସାଥ ହେ ଓ ପ୍ରେମ ରତନ ଧନ ପାୟେ ପରି ସୁପରହିଟ ଫିଲ୍ମ ପରେ ସୁରଜ ଏଥର ଫ୍ୟାମିଲି ଡ୍ରାମ କରୁ ନାହାନ୍ତି । ଉଚ୍ଚାଇ ଫିଲ୍ମ ୬୦ ବର୍ଷରୁ ଊର୍ଦ୍ଧ୍ୱ ୪ ବନ୍ଧୁଙ୍କ ବନ୍ଧୁତ୍ୱ ଉପରେ ଆଧାରିତ । ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
Comments are closed.