Latest Odisha News

ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ପ୍ରକାଶ, ବଢ଼ିବନି ମୂର୍ତ୍ତି ଉଚ୍ଚତା

କଟକ : ଦଶହରା ମା’ ଙ୍କ ମୂର୍ତ୍ତି ଉଚ୍ଚତା ବିବାଦର ରାୟ ପ୍ରକାଶ ପାଇଛି । ମୂର୍ତ୍ତି ଉଚ୍ଚକା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ସରକାରୀ ନିୟମରେ ଆଉ ପରିବର୍ତ୍ତନ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି । ମୂର୍ତ୍ତି ଉଚ୍ଚତା ୪ ଫୁଟ୍ ରହିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କଟକ ବାଲୁବଜରା ପୂଜା କମିଟି ପକ୍ଷରୁ ମାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ଆବେଦନ କରାଯାଇଥିଲା ।

ଏବଂ ଯେଉଁସବୁ ଯୁକ୍ତି ରଖାଯାଇଥିଲା ତାହ ସନ୍ତୋଷ ଜନକ ନୁହେଁ ବୋଲି କୁହାଯାଇଛି । ଗତକାଲି ମାମଲା ଶୁଣାଣି କରି ଉଚ୍ଚତା କମ୍ କଲେ କଣ ସମସ୍ୟା ଉପୂଜିବ ବୋଲି ପ୍ରଶ୍ନ କରିଥିଲେ ହାଇକୋର୍ଟ । ହେଲେ ଆବେଦନକାରୀଙ୍କ ଓକିଲ ଏହା ଭାବବେଗର କଥା ବୋଲି କୋର୍ଟରେ ନିଜର ଯୁକ୍ତି ବାଢିଥିଲେ।।

ସେପଟେ ସରକାରୀ ଓକିଲ କହିଛନ୍ତି ଯେ ଏ ନିୟମ କେବଳ କଟକ ପାଇଁ ନୁହେଁ ସାରା ଓଡ଼ିଶା ପାଇଁ। ତେବେ ନିୟମ ପରିବର୍ତ୍ତନ ହେଲେ ସାରା ଓଡ଼ିଶା ପାଇଁ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି କହିଥିଲେ । ସରକାର ରାଜ୍ୟରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିସ୍ପତି ନେଇଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ ।

Comments are closed.