ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶନିବାର ୧୧୫ ଦେଶର ପବିତ୍ର ପାଣି ଏଠାରେ ପଂହଚିଛି । ଅଷ୍ଟ୍ରେଲିଆ, ବାଂଲାଦେଶ, ଆଫଗାନିସ୍ତାନ, କାନାଡା, କମ୍ବୋଡିଆ, ଜର୍ମାନୀ ଓ ଇଟାଲୀ ପରି ଦେଶର ପାଣି ଏଥିରେ ସାମିଲ । ରକ୍ଷା ମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ରାମଲଲାଙ୍କ ଜଳାଭିଷେକ ସାରା ବିଶ୍ୱର ପାଣି ପଂହଚିବା କଥା ।
ଆମ ମୁନି ଋଷିମାନେ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ଭାବିଥିଲେ । ଭାରତ କେବେ ବି ହିଂସାକୁ ସମର୍ଥନ କରେ ନାହିଁ, ସବୁ କିଛି ଜାଣି ବି ଆମେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲୁ । ଜାତି, ଧର୍ମକୁ ଆଧାର କରି ଭାରତକୁ କେହି ବାଂଟିପାରିବେ ନାହିଁ ବୋଲି ସେ କହିଛନ୍ତି ।
Comments are closed.