Latest Odisha News

BREAKING NEWS

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲାର ଅଭିଯୁକ୍ତ ଗିରଫ; ଆବଶ୍ୟକ ହେଲେ ସିବିଆଇ ତଦନ୍ତ କରାଯିବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଡେପୁଟି ସିଏମ୍ କହିଛନ୍ତି ଯେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମହନ୍ତଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହାସହିତ ଆବଶ୍ୟକ ହେଲେ ସିବିଆଇ ତଦନ୍ତ କରାଯିବ ବୋଲି ମଧ୍ୟ କହିଛନ୍ତି ଡେପୁଟି ସିଏମ୍‌।

ମହନ୍ତ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କ ବିରୋଧରେ ଏହି ମାମଲାରେ ଏକ ମାମଲା ରୁଜୁ ହୋଇଥିଲା। ପରେ ତାଙ୍କୁ ସୋମବାର ରାତିରେ ହରିଦ୍ୱାରରୁ ଗିରଫ କରାଯାଇଥିଲା।

ପୋଲିସ ମୃତ୍ୟୁ ସମୟରେ ଉପସ୍ଥିତ ଥିବା ସାକ୍ଷୀଙ୍କ ବୟାନ ରେକର୍ଡ କରିବ। ପୋଲିସ ମୃତ ନରେନ୍ଦ୍ର ଗିରିଙ୍କ ଏକ ଭିଡିଓ ବିବୃତ୍ତି ମଧ୍ୟ ଉଦ୍ଧାର କରିଛି, ଯାହାକୁ ନେଇ ଘଟଣାର ଆହୁରି ଅଧିକ ଯାଞ୍ଚ କରାଯିବ।

ଏହାପୂର୍ବରୁ ୟୁପି ଆଇନ ମନ୍ତ୍ରୀ କହିଥିଲେ ଯେ ଅପରାଧୀମାନେ ଏଥିରୁ ରକ୍ଷା ପାଇବେ ନାହିଁ। ଅଖିଲ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରି ସୋମବାର ନିଜ ମଠରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ସେ ଜୀବନ ହାରିବା ପୂର୍ବରୁ ୮ ପେଜର ଗୋଟିଏ ସୁଇସାଇଡ ନୋଟ ଲେଖିଥିଲେ।

Comments are closed.