କାମାକ୍ଷାନଗର : ରବିଙ୍କ ପାଇଁ ଜୀବନ ଭିକ୍ଷା ମାଗିଲେ ସ୍ତ୍ରୀ କୁନି । ପରିବାର ପାଇଁ ପଢା ଛାଡିଲେ ଦୁଇ ନାବାଳିକା ଶିଶୁ । ଗୋଟିଏ ପଟେ ସ୍ତ୍ରୀର ଗୁହାର ଆଉ ଗୋଟିଏ ପଟେ କୁନି ପିଲାଙ୍କ ଆକୁଳ ନିବେଦନ । ରବିଙ୍କ ଜୀବନ ବଞ୍ଚାଇବାକୁ ଲାଗିପଡ଼ିଛନ୍ତି ପୁରା ପରିବାର । ଏ ହେଉଛନ୍ତି ଢେଙ୍କାନାଳ କଣ୍ଟାପାଳର ରଙ୍ଗମାଟିଆ ଗାଁର ରବିନାରାୟଣ ମହାନ୍ତ । ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ କିଛି ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି । ବିଭିନ୍ନ ସ୍ଥାନରେ ଚିକିତ୍ସା କରି ନିରାଶ ହୋଇପଡ଼ିଲେଣି । ଏପରିକି ଜମିବାଡି ବି ବିକ୍ରି ସରିଲାଣି ।
ବାପା ପାଇଁ ପାଠ ପଢା ଛାଡି ନିଷ୍ପାପ ଶିଶୁ ବି ଲାଗିପଡ଼ିଛି କାମରେ । ଅର୍ଥ ଯୋଗାଡ କରିଲେ ବାପାର ଚିକିତ୍ସା ହେବ । ପେଟକୁ ଦୁଇ ମୁଠାଏ ଖାଦ୍ୟ ଯୋଗାଡ କରିପାରୁନଥିବା ପରିବାର ଶେଷରେ କିଛି ସାହ୍ୟଯ୍ୟ ସହଯୋଗ ପାଇଁ ଆକୁଳ ନିବେଦନ କରିଛନ୍ତି । ରବିଙ୍କ ଦୁଇ ନିଷ୍ପାପ ଶିଶୁ ଏବେ ପାଠ ପଢା ଛାଡି ମୂଲ ଲାଗୁଛନ୍ତି । ତେବେ ପରିବାର ସହିତ ଗାଁର ସରପଞ୍ଚ ମଧ୍ୟ ଘଟଣା ନେଇ ପ୍ରଶାସନଙ୍କ ନିକଟରେ ଅନୁରୋଧ କରିଛନ୍ତି କିଛି ସହଯୋଗ ପାଇଁ
ରୋଗ ଆଉ ଅନଟନରେ ପଡି କଲବଲ ହେଉଥିବା ରବିଙ୍କ ଚିକିତ୍ସ। ପାଇଁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ତାଙ୍କୁ ଏକ ନୂଆ ଜୀବନ ମିଳିପାରନ୍ତା ।
Comments are closed.