Latest Odisha News

୪ କେଜି କୁଟୁରା ମାଂସ ଜବତ, ଜଣେ ଗିରଫ

ମୟୂରଭଞ୍ଜ : କୁଟୁରା ମାଂସ ବ୍ୟବସାୟର ପର୍ଦ୍ଦାଫାସ । ବିଶେଷ ସୁତ୍ରରୁ ଖବର ପାଇ ବାରିପଦା ବନାଞ୍ଚଳ ଅଧିକାରୀ ଲଷ୍ମୀଧର ବେହେରାଙ୍କ ତତ୍ୱାବଧାନରେ ଏକ ଦଳ ଚଢଉ କରି ୪ କେଜି କୁଟୁରା ମାଂସ ଜବତ କରିବା ସହ ଅଭିଯୁକ୍ତ ଖେଲା ମାହିଲକୁ ଗିରଫ କରିଛନ୍ତିି । ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ସରତଚନ୍ଦ୍ରପୁର ଗ୍ରାମର ବୋଲି ଜଣାପଡ଼ିଛି ।

ବ୍ୟବସାୟୀ ବେସରପାଣିରୁ ବାରିପଦା ଅଭିମୁଖେ କୁଟୁରା ମାଂସ ବ୍ୟବସାୟ କରିବା ପାଇଁ ଯାଉ ଥିବା ସମୟରେ ଗୁଣ୍ଡିହୁଡି ଗାଁ ରାସ୍ତା ପାଖରେ ଚଢାଉ କରିଥିଲା ବନ ବିଭାଗ ଟିମ୍ । ଅଭିଯୁକ୍ତ ଠାରୁ ଏକ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି । ଅନ୍ୟପଟେ ଅଭିଯୁକ୍ତ କୁ ଗିରଫ କରି ବାରିପଦା ରେଞ୍ଜ କାର୍ଯ୍ୟାଳୟରେ ରଖି ଅଧିକ ତଦନ୍ତ ଜାରି ରହିଛିି, ବୋଲି ବାରିପଦା ବନଖଣ୍ଡ ର ସହକାରୀ ବନ ସଂରକ୍ଷକ ଦିଲ୍ଲୀପ କୁମାର ବାରିକ ସୂଚନା ଦେଇଛନ୍ତି।

Comments are closed.