Latest Odisha News

BREAKING NEWS

ଚର୍ଚ୍ଚିକା ପୀଠରେ ଷୋଡ଼ ଉପଚାର ପୂଜା

ବାଙ୍କୀ: ଆଜି ଠାରୁ ଆରମ୍ଭ ହୋଇଛି ମାଆଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ମାଆ ଚର୍ଚ୍ଚିକାଙ୍କ ସେବାୟତମାନେ ମହାନଦୀ ରେଣୁକା ଘାଟଠାରୁ ପାଣିଆଣି ମାଙ୍କୁ ସ୍ନାନକରି ସ୍ଵତସ୍ତ୍ର ପୂଜା ରିତିନୀତିରେ ପୂଜାପାଠକରି ସୁସଜିତ କରିଛି । ପ୍ରତ୍ୟେକଦିନ ମାଆ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଶଦ୍ଧାଳୁଙ୍କୁ ।

ଆଗାମୀ ମହାଅଷ୍ଟମୀ ଦିନ । ମାଆଙ୍କ ପୀଠରେ ଦିବାରାତ୍ରୀ ପୂଜାପାଠ କରାଯିବା ସହ ଚଣ୍ଡିପାଠ କରାଯାଇଥାଏ । ଏହି ଦିନ ରାତ୍ରୀ ସମୟରେ ଯେଉ ଭକ୍ତ ଓ ଶ୍ରଦ୍ଧାଳୁ ଅନିଦ୍ରା ରହି ରାତ୍ରୀକାଳୀନ ଦୀପଜାଳି ଉପବାସ କରିି ତାଙ୍କର ଦୁଃଖ ହରଣ ହେବା ସହ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହିଦିନ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

 

Comments are closed.