ଭୁବନେଶ୍ବର : ଭୁବନେଶ୍ବରର ରେଳ ଷ୍ଟେସନର ହେବ ବିକାଶ । ପିପିପି ମୋଡରେ ଭୁବନେଶ୍ବର ରେଳ ଷ୍ଟେସନର ବିକାଶ କରାଯିବ । ଆଗାମୀ ଦିନରେ ଆଉ ଏକ ପ୍ଲାଟଫର୍ମ ଓ ୨ଟି ରେଳ ଟ୍ରାକ୍ ବଢିବ । ରେଳ ଜମିରେ ରେଳ ମନ୍ତ୍ରଣାଳୟ ଓ ପାଖ ଜମିରେ ବିଡିଏ ଷ୍ଟେସନର ବିକାଶ କରିବ । ଓଡ଼ିଶାରେ ଥିବା ବିଭିନ୍ନ ରେଳ ପ୍ରକଳ୍ପର ତ୍ବରାନ୍ବିତ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ସହଯୋଗ କରୁଛନ୍ତି ।
ଖୁବଶୀଘ୍ର ପାରାଦୀପ-ହରିଦାସପୁର ରେଳ ଲାଇନରେ ଯାତ୍ରୀ ବାହୀ ଟ୍ରେନ ଚଳାଚଳ କରିବ । ଭୁବନେଶ୍ବର ଷ୍ଟେସନ ସହିତ ନ୍ୟୁ ଭୁବନେଶ୍ବର ଷ୍ଟେସନର ମଧ୍ୟ ବିକାଶ କରାଯିବ । ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବ ସ୍ତରୀୟ ଷ୍ଟେସନ କରିବା ପାଇଁ ପ୍ରକ୍ରିୟାକୁ ଜୋରଦାର କରାଯିବ। । ଦିନିକିଆ ଗସ୍ତରେ ଆସି ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ସୁନୀତ ଶର୍ମା ଷ୍ଟେସନ ବୁଲି ଦେଖିବା ସହ ଯାତ୍ରୀଙ୍କ ସହ କଥା ହୋଇ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।
Comments are closed.