Latest Odisha News

BREAKING NEWS

ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡି ଲାଗି

କଟକ: ପବିତ୍ର ମହାଳୟା ବା ଖଡିଲାଗି ଅମାବାସ୍ୟା ।  କଟକର ବିଭିନ୍ନ ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡି ଲାଗି କରାଯାଇଛି । ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା ମଣ୍ଗପ ସମେତ ଅନ୍ୟ ସ୍ଥାନରେ ମଧ୍ୟ ଖଡି ଚଢାଯାଇଛି ।  ଆଜି ମୂର୍ତ୍ତିରେ ଖଡିଲାଗି କରାଯାଇଥିବା ବେଳେ ଶୁଖିଲା ପରେ ରଙ୍ଗ ଦିଆଯିବ । ରଙ୍ଗ ଦିଆଯିବା ପରେ ମା ଦୁର୍ଗା ଏବଂ ପାର୍ଶ୍ଵ ଦେବାଦେବୀଙ୍କୁ ବସ୍ତ୍ର ପିନ୍ଧାଯାଇ ସାଜ୍ଜସଜା କରାଯିବ। ହାତରେ ଆଉ କମ୍ ଦିନ ଥିବାରୁ ଖଡିଚଢା ଜାରି ରଖିଛନ୍ତି ରଙ୍ଗ କାରିଗର।

ମହାଳୟା ଅମାବାସ୍ୟା ତିଥିରେ ଖଡିଚଢାର ପରମ୍ପରା ରହିଛି । ଆଉ ଆଜିଠୁ ହିଁ  ନବଦିନାତ୍ମକ ବା ନବରାତ୍ର ପୂଜା ଆରମ୍ଭ ହୋଇଛି । ଯଥା ରୀତିନୀତି ଓ ପରମ୍ପରା ଅନୁଯାୟୀ ମାଆଙ୍କ ଠାରେ ପୂଜାର୍ଚ୍ଚନା କରିବାର ବିଧି ରହିଛି । ମାଆଙ୍କ ମୂର୍ତ୍ତି ପାଇଁ ମାଟି ଅନୁକୂଳ ପରେ ହିଁ ଆରମ୍ଭ କରାଯାଇଥାଏ ନଡା ବନ୍ଧା ପ୍ରସ୍ତୁତି କାର୍ଯ୍ୟ । ଏକମାଟିଆ ପରେ ଦୋମାଟିଆ ହୋଇ ଖଡିଲାଗି କରାଯାଇଥାଏ । ଆଉ ରଙ୍ଗ ଦିଆଯିବା ସହ ସାଜ୍ଜିତ କରାଯାଇ ଷଷ୍ଠୀ ଦିନ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରାଯାଏ । ସପ୍ତମୀ ଦିନରେ ଚକ୍ଷୁଦାନ କରାଯାଇ ଘଡିସନ୍ଧି ମୁହୁର୍ତ୍ତରେ ମାଆ ଙ୍କୁ ଆବାହନ କରାଯିବାର ବିଧି ରହିଛି ।

 

Comments are closed.