ରାଉରକେଲା: ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା’ବୈଷ୍ଣୋଦେବୀ ଙ୍କ ପୀଠ। ୯ଦିନ ବ୍ୟାପୀ ଏହି ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି। ଏହି ନବରାତ୍ରରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ବେଶରେ ମା’ ଦର୍ଶନ ଦେଇଥାନ୍ତି। ସକାଳୁ ଆଳତୀ ସହ ହାଲୱା ଓ ଚଣା ପ୍ରସାଦ ବଣ୍ଟା ଯାଇଥାଏ। କୋରନା କଟକଣା ମାନି ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି।
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ଦୁର୍ଗାପୂର ପାହାଡ଼ରେ ତିଆରି ହୋଇଛି ମା’ ବୈଷ୍ଣୋଦେବୀ ମନ୍ଦିର। ପ୍ରାକୃତିକ ଗୁମ୍ଫାରେ ରହିଛନ୍ତ ମାଆ। ଏହା କେବଳ ଜିଲ୍ଲା ନୁହେଁ, ଓଡ଼ିଶା ତଥା ଓଡ଼ିଶା ବାହାରୁ ମଧ୍ୟ ବହୁ ଭକ୍ତ ଏଠାକୁ ଆସିଥାନ୍ତି। ମା’ଙ୍କ ଦର୍ଶନ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ନଅଦିନରେ ମା’ ୯ସ୍ୱରୂପକୁ ପୂଜା କରାଯାଇଥାଏ। ୭ତାରିଖରୁ ଆରମ୍ଭ ହୋଇଥିବାବେଳେ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ।
BREAKING NEWS
- ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବିଜେଡି, କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହେଲେ ଜଜ୍ଞେଶ୍ୱର ବାବୁ
- ବିବାଦ ଘେରରେ ଆଇପିଏସ ଆଶିଷ ସିଂ, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି
- ବିଜେପିରେ ଯୋଗ ଦେଲେ ସାଂସଦ ମନୋଜ ତିୱାରୀଙ୍କ ଝିଅ
- ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦୀ, ଆରମ୍ଭ କଲେ ବିଶାଳ ରୋଡ ଶୋ
- ସହଜ ନୁହେଁ ସାନଖେମୁଣ୍ଡି
- ବିଏସପିରେ ଯୋଗ ଦେଲେ ଆପର ପୂର୍ବତନ ମନ୍ତ୍ରୀ ରାଜକୁମାର
- ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ
- ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ବିଜେପିର ନିର୍ବାଚନୀ ଷ୍ଟଣ୍ଟ: ଚନ୍ନି
- ଗୁଜୁରାଟରେ ୩୫ ଜଣ ମୁସଲମାନ ପ୍ରାର୍ଥୀ ଲଢିବେ ନିର୍ବାଚନ, କଂଗ୍ରେସ କେତେ ଜଣଙ୍କୁ ଦେଲା ଟିକେଟ୍ ?