Latest Odisha News

BREAKING NEWS

ଦୈନିକ କରୋନା ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ପ୍ରତିଦିନ ଯେତିକି ସଂକ୍ରମିତ ବାହାରୁଛନ୍ତି ତାର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ପାର୍ବଣରେ ବଜାରରେ ଭିଡ଼ ବଢୁଥିବାରୁ ପୁଣି ଥରେ ଉପରମୁହାଁ ହୋଇପାରେ ସଂକ୍ରମଣ ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପାର୍ବଣ ସମୟରେ ଗହଳି ନ କରିବା ପାଇଁ ଲୋକଙ୍କୁ ସଚେତନ କରାଇବା ସତ୍ତ୍ୱେ ହାଟ ଓ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହା ଦ୍ୱାରା ପୁଣି ଥରେ ସଂକ୍ରମଣ ବଢିବାର ସମ୍ଭାବନା ଦେଖା ଯାଉଛି । ଗତକାଲି ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିଲା ।

ସଂକ୍ରମଣ ବଢୁଥିଲେ ବି ଲୋକମାନେ ସଚେତନ ହେଉ ନଥିବାରୁ କମିଶନରେଟ ପୋଲିସକୁ କଟକଣା ବଢ଼ାଇବା ପାଇଁ କୁହାଯାଇଛି । କିପରି ଲୋକମାନେ ବାହାରେ ଗହଳି ନ କରିବେ, ଭିଡ଼କୁ ରୋକି ହେବ ସେନେଇ ପ୍ଲାନ କରିବାକୁ କୁହାଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.