Latest Odisha News

ନାଲକୋର ଲିନ୍ ସ୍ଲରି ପ୍ରକଳ୍ପ ଉଦଘାଟନ କଲେ କେନ୍ଦ୍ର ଖଣି ସଚିବ

ଭୁବନେଶ୍ବର : ଅନୁଗୁଳରେ ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନୀ ନାଲକୋର ଲିନ୍ ସ୍ଲରି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଖଣି ସଚିବ ଆଲୋକ ଟଣ୍ଡନ୍ । ନାଲକୋର ବ୍ୟବସାୟିକ ସଫଳତା ତଥା ପରିବେଶ ପରିଚାଳନା ଏବଂ ଉତ୍ତମ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଉଛି । ନାଲକୋର ଏହି ଲିନ୍ ସ୍ଲରି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ବାରା କମ୍ପାନୀର ନିଜସ୍ବ ବିଦ୍ୟୁତ୍ ପ୍ରକଳ୍ପର ପାଉଁଶର ଶତ ପ୍ରତିଶତ ବିନିଯୋଗ ହୋଇପାରିବ । ଏହା ପରିବେଶ ଅନୁକୂଳ ବାତାବରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପ୍ରକଳ୍ପ ନାଲକୋର ନିଜସ୍ବ ବିଦ୍ୟୁତ୍ ପ୍ରକଳ୍ପର ସୁପରିଚାଳନା ପାଇଁ ସହାୟକ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଖଣି ସଚିବ ।

ଏହି ଅବସରରେ କେନ୍ଦ୍ର ଖଣି ସଚିବ, ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଅନୁଗୁଳରେ ଥିବା ନାଲକୋର ସ୍ମେଲଟର ଏବଂ କ୍ୟାପଟିଭ୍ ପାଓ୍ବାର ପ୍ଲାଣ୍ଟ ସ୍ଥଳ ବୁଲି ଦେଖିଥିଲେ । ଉତ୍ପାଦନର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ନାଲକୋର ଉଦ୍ୟମକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଖଣି ସଚିବ । ଏହି ଅବସରରେ ନାଲକୋର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଖଣି ସଚିବ ଆଲୋକ ଟଣ୍ଡନ ।

Comments are closed.