ସୁନ୍ଦରଗଡ଼: “ଆପଣମାନେ କାଳିଆ ଯୋଜନା ବିଷୟରେ ସମସ୍ତେ ଜାଣନ୍ତି, ଏପର୍ଯ୍ୟନ୍ତ, ପ୍ରାୟ ୪୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ଉପକୃତ ହୋଇପାରିଛନ୍ତି । ମାତ୍ର ବିଜେପି ଏହି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି । ଚାଷୀମାନଙ୍କୁ ଆମେ ନ୍ୟାୟ ଦେବାରୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛି ବିଜେପି । ମାତ୍ର ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କେହି କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ,” ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାରେ ଏକ ନିର୍ବାଚନୀ ସମାବେଶକୁ ଉଦବୋଧନ ଦେବା ଅବସରରେ ଏହା କହିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୁନ୍ଦରଗଡ଼ ରୋଡ ସୋ’ ରେ ଆପଣଙ୍କର ଭଲ ପାଇବା ଓ ସମର୍ଥନ ଦେଖି ମୁଁ ଉତ୍ସାହିତ। ଆପଣଙ୍କର ଏହି ସହଯୋଗ ରାଜ୍ୟସ୍ଵାର୍ଥ ପାଇଁ ସଂଗ୍ରାମ କରିବାକୁ ମୋତେ ପ୍ରେରଣା ଯୋଗାଇବ। ସାଢେ ୪କୋଟି ଓଡ଼ିଶାବାସୀ ମୋ ପରିବାର। ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମୁଁ ଆପଣଙ୍କ ସେବା କରିବି। ଶଙ୍ଖ ଚିହ୍ନରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ। #SundargarhReSankhanada pic.twitter.com/yVDAiTnfam
— Naveen Patnaik (@Naveen_Odisha) April 10, 2019
ଯଦି ବିଜେଡ଼ି ପୁନର୍ବାର କ୍ଷମତାକୁ ଆସେ ତେବେ, ରାଜ୍ୟର ସମସ୍ତ କୃଷକ କାଳିଆ ଯୋଜନା ମାଧ୍ୟମରେ ୨ଟି କିସ୍ତିରେ ୧୦,୦୦୦ ଟଙ୍କା ଲେଖାଏଁ ପାଇପାରିବେ ବୋଲି ବୁଧବାର ଦିନ ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।
ସେ ତାଙ୍କ ଉଦବୋଧନରେ ଆହୁରି ମଧ୍ୟ କହିଛନ୍ତି, ସୁନ୍ଦରଗଡ଼ ହେଉଛି ହକିର ଜନ୍ମସ୍ଥାନ, ଏହି ମାଟି ଅନେକ କୃତି ଖେଳାଳିଙ୍କୁ ଅନ୍ତର୍ଜାତୀୟ ମର୍ଯ୍ୟାଦା ପ୍ରଦାନ କରିପାରିଛି ।
“ଏହା ଆମ ସମସ୍ତଙ୍କ ଲାଗି ଗୌରବର କଥା ଯେ, ଆମେ ସଫଳତାର ସହିତ ବିଶ୍ୱ କପ ହକି ଆୟୋଜନ କରିପାରିଛୁ, ” ବୋଲି କହିଛନ୍ତି ନବୀନ ।
“ ମହିଳାମାନେ ହିଁ ବିକାଶ ଯାତ୍ରାର ପ୍ରକୃତ ଡ଼ବଲ୍ ଇଞ୍ଜିନ,” ବୋଲି ବିଜେଡ଼ି ସୁପ୍ରିମୋ ଏହି ନିର୍ବାଚନୀ ସଭାରେ କହିଛନ୍ତି ।
ବିଜୁ ଜନତା ଦଳ ଓଡ଼ିଶାର ମହିଳାମାନଙ୍କୁ ତାଙ୍କର ଅଧିକାର ପ୍ରତି ସମ୍ମାନ ଜଣାଇଛି । ଦଳ ସୁନିତା ବିଶ୍ୱାଳଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରେ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ସୁଯୋଗ ଦେଇଛି । ସେ ଦିଲ୍ଲୀରେ ସୁନ୍ଦରଗଡ଼ବାସୀଙ୍କ ସ୍ୱାର୍ଥ ଲାଗି ଲଢେଇ କରିବେ, ବୋଲି ନବୀନ କହିଛନ୍ତି ।
A Union Cabinet Minister hails from Sundargarh but he could not muster courage to press #Odisha’s legitimate demands before their high command. All the people of #Odisha are my high command and I will continue fight for their rights till my last breath. #SundargarhReSankhanada pic.twitter.com/y43FGQSSsW
— Naveen Patnaik (@Naveen_Odisha) April 10, 2019
“ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସିଥାଆନ୍ତି । ସେମାନଙ୍କୁ ପଚାରନ୍ତୁ, ରାଉରକେଲାଠାରେ ବ୍ରାହ୍ମଣୀ ନଦୀ ଉପରେ ୨ୟ ସେତୁ ନିର୍ମାଣ ବିଷୟରେ, ଏପରିକି ରାଉରକେଲାଠାରେ ସୁପର୍ ସ୍ପେଶାଲିଟି ହସ୍ପିଟାଲ ସମ୍ପର୍କରେ ପଚାରନ୍ତୁ,” ନବୀନ ତାଙ୍କ ଉଦବୋଧନରେ ଏହା କହିଛନ୍ତି ।
“୪.୫ କୋଟି ଓଡ଼ିଶାର ଜନସାଧାରଣ ହିଁ ମୋର ପରିବାରର ସଦସ୍ୟ । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନଙ୍କର ସେବା କରୁଥିବି । ମୋତେ ଆଶୀର୍ବାଦ କରିବା ସହିତ ବିଜେଡ଼ିକୁ ଭୋଟ ଦିଅନ୍ତୁ,” ବୋଲି ଜନସାଧାରଣଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Comments are closed.