ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନା ଧରୁନି । ନିତିଦିନ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ଲାଗି ଏବେ ମାଫିଆ ମାନେ ଅଭିନବ ପନ୍ଥା ଅବଲମ୍ବନ କରୁଛନ୍ତି । ଆଜି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-୨ ଅଞ୍ଚଳରୁ ଗଞ୍ଜାମକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ଧରାପଡିଛି ।
ଚିତ୍ରକୋଣ୍ଡା ଥାନା ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଡାଇକ-୧ ରାସ୍ତାରେ ପେଟ୍ରଲିଙ୍ଗ କରୁଥିବା ସମୟରେ ଗଞ୍ଜେଇ ବୋଝେଇ ଗୋଟିଏ କାର ସହ ତିନାଟି ବାଇକକୁ ଜବତ କରିଛି । ଗଞ୍ଜେଇ ଚୋରା ଚାଲାଣକାରି ମାନେ ୧୩ଟି ଜରି ବସ୍ତା ମଧ୍ୟରେ ଗଞ୍ଜେଇ ଗଞ୍ଜାମ ଜିଲ୍ଲାକୁ ଚୋରା ଚାଲାଣ କରୁଥିଲେ । ଯାହାର ଓଜନ ୩୨୫କୁଇଣ୍ଟାଲ ଓ ବଜାର ମୁଲ୍ୟ ଦେଢ଼ କୋଟି ଟଙ୍କାରୁ ଉର୍ଧ ହେବ ।
ଗଞ୍ଜେଇ ଚୋରା ଚାଲାଣରେ ସାମିଲ ଥିବା ୩ ଜଣ ଚୋରାଚାଲାଣ କାରୀଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଉପାନ୍ତ ଅଞ୍ଚଳରେ ଲୋକେ ଗଞ୍ଜେଇ ଚାଷ କାର୍ଯ୍ୟ ଆରମ୍ଭ କରି ସାରିଥିବା ବେଳେ ପୋଲିସ କିମ୍ବା ଅବକାରି ବିଭାଗ ଗ୍ରାଉଣ୍ଡ ଜିରୋରେ କୌଣସି ଆଖି ଦୃଶିଆ ପଦକ୍ଷେପ କାହିଁକି ନେଉ ନାହାନ୍ତି ବୋଲି ଏବେ ସାଧାରଣରେ ଅଭିଯୋଗ ହୋଇଛି ।
Comments are closed.