Latest Odisha News

ଆଜି “ମନ କୀ ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କୀ ବାତ୍‌” ର ୮୨ ତମ ସଂସ୍କରଣରେ ଆଜି ଦେଶକୁ ସମ୍ବୋଧିତ କରିବେ।

ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହେବ। ରେଡିଓ କାର୍ଯ୍ୟକ୍ରମ PMO ସହିତ ପିଏମ୍‌ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ।

ପ୍ରଧାନମନ୍ତ୍ରୀଙ୍କ ଏହି “ମନ୍ କି ବାତ୍‌” କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ଶେଷ ରବିବାରରେ ପ୍ରସାରିତ ହୁଏ, କିନ୍ତୁ ଏଥର ଏହି କାର୍ଯ୍ୟକ୍ରମ ମାସର ଦ୍ୱିତୀୟ ରବିବାରରେ ପ୍ରସାରିତ ହେବ। “ଏହି ମାସରେ, “ମନ୍ କି ବାତ୍‌” କାର୍ଯ୍ୟକ୍ରମ ୨୪ ଅର୍ଥାତ୍‌ ଆଜି ଅନୁଷ୍ଠିତ ହେବ।

Comments are closed.