Latest Odisha News

BREAKING NEWS

ସୁକେଶ ଚନ୍ଦ୍ରଶେଖରଙ୍କୁ ଡେଟ୍‌ କରୁଛନ୍ତି ଜ୍ୟାକଲିନ୍‌!

ନୂଆଦିଲ୍ଲୀ: ଶୁକ୍ରବାର ଦିନ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରାୟ ୭ ଘଣ୍ଟା ଧରି ଇଡି ପକ୍ଷରୁ ପଚରାଉଚରା କରାଯାଇଥିଲା। ଏହାପରେ ଏହି ମାମଲାରେ ଏକ ନୂଆ ଟ୍ବିଷ୍ଟ ଆସିଛି। ଏହି ଜେରା ପରେ ଇଡି ଅଧିକାରୀ କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ଏକ ମହଙ୍ଗା କାର ଉପହାର ଦେଇଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ଓକିଲ ଦାବି କରିଛନ୍ତି ଯେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ସୁକେଶ ଚନ୍ଦ୍ରଶେଖର ପରସ୍ପରକୁ ଡେଟ କରୁଥିଲେ।

ଓକିଲ ଦାବି କରିଛନ୍ତି, ‘ଜ୍ୟାକଲିନ ଏବଂ ସୁକେଶ ପରସ୍ପରକୁ ଡେଟ କରୁଥିଲେ। ମିଳିଥିବା ସୂଚନା ଆଧାରରେ ମୁଁ ଏହି ଖବର ପ୍ରକ‌ାଶ କରିଥିବା ସେ କହିଛନ୍ତି।

ଏହି ସମୟରେ ଜ୍ୟାକଲିନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ‘ସାକ୍ଷୀ ଭାବରେ ସାକ୍ଷ୍ୟ ଦେବାକୁ ଇଡି ଦ୍ୱାରା ଜ୍ୟାକଲିନ ଡକାଯାଇଛି। ସେ ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି ଏବଂ ଭବିଷ୍ୟତରେ ଅନୁସନ୍ଧାନରେ ଏଜେନ୍ସି ସହିତ ସମ୍ପୂର୍ଣ୍ଣ ସହଯୋଗ କରିବେ। ଜ୍ୟାକେଲିନ୍ ସୁକେଶ ଏବଂ ତାଙ୍କ ପତ୍ନୀଙ୍କ ସହ ସମ୍ପର୍କକୁ ନେଇ ହୋଇଥିବା ନିନ୍ଦନୀୟ ବିବୃତ୍ତିକୁ ଅସ୍ୱୀକାର କରିଛନ୍ତି।

Comments are closed.