Latest Odisha News

BREAKING NEWS

ବଡମ୍ବା-ନରସିଂହପୁରରେ ବିଜେପିର ୮ ଘଣ୍ଟିଆ ବନ୍ଦ ଡାକରା

ନରସିଂହପୁର : ବନ୍ଦ ଡାକରା ଦେଲା ବିଜେପି । ବଡମ୍ବା ନରସିଂହପୁରରେ ବିଭିନ୍ନ ସ୍ଥାନରେ ବିଜେପି ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି।ବଡମ୍ବା ନିର୍ବାଚନ ମଣ୍ଡଳିର ପୂର୍ବତନ  ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳ ବେହେରାଙ୍କୁ ନରସିଂହପୁର ପୋଲିସ ଗିରଫ କରି ଜେଲକୁ ପଠାଇଦେବା ପ୍ରତିବାଦରେ ସକାଳ ୬ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବିଜେପି। ବିଜେପି ତରଫରୁ କଟକ-ନରସିଂହପୁର ୬୫ ନଂ ରାଜ୍ୟ ରାଜପଥ କୁ ବିଭିନ୍ନ ସ୍ଥାନରେ ଅବରୋଧ ଯୋଗୁଁ ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଯାତ୍ରୀମାନେ ବହୁତ ହନ୍ତସନ୍ତ ହୋଇଛନ୍ତି ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା।

ସୂଚନା ଅନୁଯାୟୀ ଗତ ୨୨ ତାରିଖରେ ବିଜେପି ପକ୍ଷରୁ ନରସିଂହପୁର ଥାନା ଘେରାଉ ବେଳେ ବିନା କାରଣରେ ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଓ ତାଙ୍କ ସାନଭାଇଙ୍କ ସମେତ ଏକାଧିକ କର୍ମୀଙ୍କୁ ପୁଲିସର ଆକ୍ରୋସମୂଳକ ମନୋଭାବ ନେଇ ଗିରଫ କରିଥିବା ବିଜେପି କହିଛି । ନରସିଂହପୁର ବ୍ଲକର ସମସ୍ତ ଛକରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରଖିବାକୁ ବିଜେପି ଜନସାଧାରଣଙ୍କୁ ନିବେଦନ କରିଥିବା ବେଳେ ଜଣ ସାଧାରଣ ଏହି ବନ୍ଦ କୁ ସଫଳ କରିଥିବା କହିଛନ୍ତି ବିଜେପି କଟକ ଜିଲ୍ଲା ସମ୍ପାଦକ।ବିଜେପିର ଏହି ବନ୍ଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

 

 

Comments are closed.