Latest Odisha News

BREAKING NEWS

ପଠାନକୋଟରେ ମିଳିଲା ପାକିସ୍ତାନୀ ବୋଟ, ସୁରକ୍ଷା ଏଜେନ୍ସି ଆଲର୍ଟ

ପଠାନକୋଟ: ପଠାନକୋଟରେ ବୁଧବାର ଏକ ପାକିସ୍ତାନୀ ନୌକା ମିଳିବା ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଯାଇଛି । ଭାରତ-ପାକିସ୍ତାନ ସୀମା ନିକଟରେ ଥିବା ତରନାହ ଅଂଚଳରେ ଏହି ବୋଟଟି ମିଳିଛି । ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି । ବୋଟରେ କୌଣସି ଚିହ୍ନ କିମ୍ବା ଲେଖା ନାହିଁ । ଏହାକୁ ତନ୍ନ ତନ୍ନ କରି ସୁରକ୍ଷାକର୍ମୀମାନେ ତଦନ୍ତ କରୁଛନ୍ତି ।

ଭାରତ-ପାକ ସୀମା ନିକଟରେ ଖାଲି ବୋଟଟି ଭାସୁଥିଲା । ପରେ ଏହା ପାଣିର ସ୍ରୋତରେ ଭାରତୀୟ ସୀମାର ୪୫ ମିଟର ଭିତରକୁ ଆସିଥିଲା । ଏହି ଘଟଣାରେ କୌଣସି ସନ୍ଦିଗ୍ଧ ହାତମୁଠାକୁ ଆସି ନାହାନ୍ତି ।

Comments are closed.