Latest Odisha News

BREAKING NEWS

[ଭିଡ଼ିଓ ]ୟୁନିଫର୍ମ ଯୋଗାଣରେ ବିଳମ୍ବ ନେଇ ବଢୁଛି ଅଶାନ୍ତି

କଟକ : ସରକାରୀ ଆଇଟିଆଇ ଗୁଡିକରେ ପାଠ୍ୟକ୍ରମ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ସରକାର । ଅକ୍ଟୋବର ୨୫ ତାରିଖ ସୁଦ୍ଧା କଟକ ଖପୁରିଆ ସ୍ଥିତ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ଗଚ୍ଛିତ ରଖିବା ପାଇଁ ବିଭାଗ ପକ୍ଷରୁ ଆଇଟିଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।। ୟୁନିଫର୍ମ ଯୋଗାଣ ପାଇଁ ଟେଣ୍ଡର ଦାଖଲର ଶେଷ ତାରିଖ ଥିଲା ୩୦।

୨୬ ରୁ ୨୮ ତାରିଖ ମଧ୍ୟରେ ଏହା ବଣ୍ଟନ କରାଯିବ ବୋଲି ନିର୍ଦ୍ଦେଶ ଥିଲା । ଏ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଡ୍ରେସ୍ ମିଳିପାରି ନାହିଁ । ଯାହା ଫଳରେ କ୍ଲାସ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ। ତେବେ ଖୁବଶୀଘ୍ର ୟୁନିଫର୍ମ ଯୋଗାଇ ଦେବାକୁ ଦାବି କରିଛନ୍ତି  ଛାତ୍ରଛାତ୍ରୀ।

୨୦୨୧-୨୨ ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପ୍ରଦାନ ପାଇଁ କର୍ତ୍ତୃପକ୍ଷଙ୍କୁ ସରକାର ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ। ଏସବୁ କାର୍ଯ୍ୟ ସରିବା ପରେ ୨୫ ତାରିଖ ସୁଦ୍ଧା ୟୁନିଫର୍ମ କଲେଜ୍ ରେ ଗଚ୍ଛିତ ରହିବ । ହେଲେ ଆଜି ଯାଏଁ ବିଳମ୍ବ ହେଉଛି। ଅପରପଟେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରୁଛୁ। ମାତ୍ର ଡ୍ରେସ୍ ଏବଂ ଜୋତାର ମାପ ଏବଂ ଟେଣ୍ଡର ପ୍ରକ୍ରିୟାରେ ସମୟ ଲାଗିବ। ତେବେ ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କ ୟୁନିଫର୍ମ ପ୍ରଦାନ କରାଯିବ ବୋଲି କହିଛନ୍ତି ପ୍ରିନ୍ସପାଲ୍ ।

 

 

Comments are closed.