Latest Odisha News

BREAKING NEWS

ଉତ୍କଳ ହସପିଟାଲ ପକ୍ଷରୁ ‘ଷ୍ଟ୍ରୋକ୍ ହେଲ୍ପଲାଇନ୍, ଷ୍ଟ୍ରୋକ୍ ପାଥଓ୍ବେ ଓ କୋଡ୍ ଷ୍ଟ୍ରୋକ’ର ଶୁଭାରମ୍ଭ

ଭୁବନେଶ୍ବର : ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ଉତ୍କଳ ହସପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ସୁବିଧା । ‘ଷ୍ଟ୍ରୋକ୍ ହେଲ୍ପଲାଇନ୍, ଷ୍ଟ୍ରୋକ୍ ପାଥଓ୍ବେ ଓ କୋଡ୍ ଷ୍ଟ୍ରୋକ’ର ସୁବିଧାକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଯାହାଦ୍ବାରା ଷ୍ଟ୍ରୋକ୍ ରୋଗୀଙ୍କୁ ସଠିକ୍ ସମୟରେ ଚିକିତ୍ସା ସୁବିଧା ଓ ଧ୍ୟାନ ଦିଆଯାଇପାରିବ । ଏହାଦ୍ବରା ମସ୍ତିଷ୍କକୁ କ୍ଷତି ପହଞ୍ଚିବା କାରଣରୁ ହେଉଥିବା କୌଣସି ପ୍ରକାରର ଅକ୍ଷମତା ଓ ଅସୁସ୍ଥତାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ । ଏହି ସୁବିଧା ସହିତ ଉତ୍କଳ ହସପିଟାଲ ଗୁରୁତ୍ବପୂର୍ଣ୍ଣ ସାଢ଼େ ୪ ଘଣ୍ଟାର ଗୋଲ୍ଡେନ୍ ସମୟରେ ଷ୍ଟ୍ରୋକ୍ ରୋଗୀଙ୍କୁ ଫଳପ୍ରଦ ସେବା ଯୋଗାଇବାକୁ ପ୍ରସ୍ତୁତ ରହିଛି ।

ଏହି ଅବସରରେ ଉତ୍କଳ ହସପିଟାଲର ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅମିତାଭ ରଥ କହିଛନ୍ତି ଯେ, ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ,ଭଳି ନୂତନ ଉତ୍ସର୍ଗୀକୃତ ସୁବିଧାର ଶୁଭାରମ୍ଭ ହୋଇଛି । ଯାହାଦ୍ବାରା ରୋଗୀଙ୍କୁ ସୁବିଧା ମିଳିପାରିବ । ସେହିପରି ଜରୁରୀକାଳୀନ ଚିକିତ୍ସକ ଓ ଶରୀରକୁ କମ୍ କ୍ଷତି ହେବା ସୁନିଶ୍ଚିତ କରିବା ଲାଗି ବିଭିନ୍ନ ବିଭାଗର ଯୋଗ୍ୟ ମେଡିକାଲ ଷ୍ଟାଫଙ୍କର ଏକ ଟିମ୍ ଆବଶ୍ୟକ । ଅଧିକାଂଶ ମେଡିକାଲ ବ୍ୟବସ୍ଥାରେ ଷ୍ଟ୍ରୋକ୍ ମାମଲାରେ ଏଭଳି ଉତ୍ସର୍ଗୀକୃତ ସେବାର ଅଭାବ ରହିଛି । ତେଣୁ ଏଭଳି ଏକ ସେବା ଆରମ୍ଭ କରାଯାଇଥିବାରୁ, ଏହା ରୋଗୀଙ୍କ ଚିକିତ୍ସାରେ ସହାୟକ ହୋଇପାରିବ ବୋଲି ଉତ୍କଳ ହସପିଟାଲ ପକ୍ଷରୁ କୁହାଯାଇଛି ।

Comments are closed.