Latest Odisha News

୯ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ଅଣସଂରକ୍ଷିତ ଟିକେଟରେ ଯାତ୍ରା କରିପାରିବେ ଯାତ୍ରୀ

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ପାଇଁ ପୂର୍ବତଟ ରେଳପଥର ନୂଆ ଘୋଷଣା । ୯ ଯୋଡ଼ା ସ୍ବତନ୍ତ୍ର ଟ୍ରେନର ଅଣସଂରକ୍ଷିତ କୋଚରେ ଅଣସଂରକ୍ଷିତ ଟିକେଟ୍ ଦ୍ବାରା ଯାତ୍ରା କରିପାରିବେ ଯାତ୍ରୀ । ନଭେମ୍ବର ପହିଲାରୁ ପୂର୍ବତଟ ରେଳପଥ ୬ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ଥିବା ସମ୍ପୂର୍ଣ୍ଣ ସଂରକ୍ଷିତ କୋଚ ମଧ୍ୟରୁ ପ୍ରତ୍ୟେକ ୩ଟି ଲେଖାଏଁ କୋଚକୁ ଅଣସଂରକ୍ଷିତ କରାଯାଇଛି । ଏହାସହ ଗାର୍ଡ ତଥା ଲଗେଜ୍ ଭ୍ୟାନ କୋଚ ଗୁଡିକୁ ମଧ୍ୟ ଅଣସଂରକ୍ଷିତ ଯାତ୍ରା ପାଇଁ ଉପଲବ୍ଧ କରାଯାଇଛି । ଏହି ଟ୍ରେନରେ ଅଣସଂରକ୍ଷିତ ମେଲ୍ / ଏକ୍ସପ୍ରେସ୍ ଭଡା ଆଦାୟ ହେବ । ଏହି ଟ୍ରେନ୍ ଗୁଡିକ ହେଲା –

୧ – ୦୮୩୦୧/୦୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ
୨ – ୦୮୫୬୯/୦୮୫୭୦ ଭୁବନେଶ୍ବର-ବିଶାଖାପାଟନମ୍-ଭୁବନେଶ୍ବର ଇଣ୍ଟରସିଟି ବିଶେଷ ଟ୍ରେନ
୩ – ୦୮୪୧୭/୦୮୪୧୮ ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ
୪ – ୦୮୪୯୩/୦୮୪୯୪ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟି ବିଶେଷ ଟ୍ରେନ
୫ – ୦୮୫୦୭/୦୮୫୦୮ ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ
୬ – ୦୮୪୩୩/୦୮୪୩୪ ଭୁବନେଶ୍ବର-ପାଲାସା-ଭୁବନେଶ୍ବର ବିଶେଷ ଟ୍ରେନ

ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ପେଶାଲରେ କୋଚ୍ ନମ୍ବର D/୭,୮,୯, ଭୁବନେଶ୍ବର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲରେ କୋଚ୍ ନମ୍ବର D/୫,୬,୭, ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନରେ କୋଚ୍ ନମ୍ବର D/୫,୬,୭, ଭୁବନେଶ୍ବର-ବାଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟି ସ୍ପେଶାଲରେ କୋଚ୍ ନମ୍ବର D/୪,୫,୬, ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ସ୍ପେଶାଲରେ କୋଚ୍ ନମ୍ବର D/୮,୯,୧୦ ଏବଂ ଭୁବନେଶ୍ବର-ପାଲାସା-ଭୁବନେଶ୍ବର ସ୍ପେଶାଲରେ କୋଚ୍ ନମ୍ବର D/୭,୮,୯କୁ ଅଣସଂରକ୍ଷିତ କୋଚରେ ପରିଣତ କରାଯାଇଛି ।

ଏହି ଟ୍ରେନ ସହିତ, ୩ ଯୋଡ଼ା ସ୍ବତନ୍ତ୍ର ଟ୍ରେନକୁ ସଂପୂର୍ଣ୍ଣ ଅଣସଂରକ୍ଷିତ ଟ୍ରେନ୍ ଭାବରେ ନଭେମ୍ବର ପହିଲାରୁ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ୍ ଗୁଡିକ ହେଲା – ୦୮୫୩୧/୦୮୫୩୨ ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ, ୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ ଏବଂ ୦୮୪୨୩/୦୮୪୨୪ ଭୁବନେଶ୍ବର-ନୟାଗଡ଼ ଟାଉନ୍-ଭୁବନେଶ୍ବର ବିଶେଷ ଟ୍ରେନ ।

Comments are closed.